ଖଇ ଭାଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଇ ଭାଜିବା
ଉଚ୍ଚାରଣ: Khai bhājibā

ଦେ. କ୍ରି —

ଧାନକୁ ଭାଜି ଖଇରେ ପରିଣତ କରିବା — To fry paddy.

[ଦ୍ର—ହାଣ୍ଡିକୁ ନିଆଁ ଉପରେ ବସାଇ ତହିଁରେ ବାଲି ପକାଇ ସେହି ବାଲି ଗରମ ହେଲେ ସେଥିରେ ଧାନ ପକାଇ ଖରଡ଼ିଲେ ସେ ଧାନ ଫୁଟିକରି ଖଇ ହୁଏ ଏ ସମ୍ପର୍କରେ ଓଡ଼ିଆ ଭାଷାର ନିମ୍ନଲିଖିତ ବିଶିଷ୍ଟତା ବିଚାର୍ୟ୍ୟ ଅଟେ

ଖଇ ଭାଜିବାର ଅର୍ଥ—ଧାନକୁ ଭାଜି ଖଇ କରିବା; ମୁଢ଼ି ଭାଜିବା—ଚାଉଳକୁ ଭାଜି ମୁଢ଼ି କରିବା; ଭାତ ରାନ୍ଧିବା—ଚାଉଳକୁ ରାନ୍ଧି ଭାତ କରିବା; ଚୂଡ଼ା କୁଟିବା—ଧାନକୁ କୁଟି ଚୂଡ଼ା କରିବା କୋଡ଼ି ହାଣିବା—କୋଡ଼ି ଦ୍ବାରା ମାଟି ହାଣିବା; କାଙ୍କ ହାଣିବା— କାଙ୍କ ଦ୍ବାରା ମାଟି ହାଣିବା; ପୋଖରୀ ଖୋଳିବା—ମାଟି ଖୋଳି ପୋଖରୀ କରିବା; କୂଅ ଖୋଳିବା—ମାଟି ଖୋଳି କୂଅ କରିବା ଅଟା ପେଷିବା—ଗହମ ପେଷି ଅଟା କରିବା; ବିଲ ବାଛିବା— ବିଲରେ ଥିବା ଅନାବନା ଗଛ ଗୁଡ଼ାକ ଓପାଡ଼ି ଧାନଗଛ ଗୁଡ଼ିକ ରଖିବା ବା ବିଲରେ ଥିବା ଘାସକୁ ବାଛି ଧାନଗୁଡ଼ିକୁ ଭଲ ଅବସ୍ଥାରେ ରଖିବା ପାଇଖାନା ଖଟିବା—ପାଇଖାନାରେ (ମଇଳା ପରିଷ୍କାର) କାର୍ଯ୍ୟ କରିବା ]