ଖଟାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟାଇବା
ଉଚ୍ଚାରଣ: Khaṭāibā
খাটান खटना

ଦେ. କ୍ରି. (ଖଟିବାର ଣିଜନ୍ତି ରୂପ) —

୧: ଖୁଣ୍ଟ ଦେହରେ କୌଣସି ବସ୍ତୁକୁ ବା ଜୀବକୁ ବା ନୌକାକୁ ରଜ୍ଜୁରେ ବାନ୍ଧିବା —୧. To tie a thing or animal or boat to a post by a rope.

କୁବାର ଗାଁ ପାଖ ନଦୀର ଆର କଳରେ ନାଆ ଖଟାଇ ଭୋଷେଇବା କରେ ଫକୀରମୋହନ.ଗଳ୍ପସ୍ବଳ୍ପ

୨: କାର୍ୟ୍ୟରେ ଲଗାଇବା; ପରିଶ୍ରମ କରାଇବା — ୨. To cause to work; to cause to labour.

୩: ଖଟଣି ସେବକରୂପେ ନିଯୁକ୍ତ କରିବା — ୩. To engage another person as one's orderly servant.

ଖଟାଅ ମୋତେ ତେ ବୋହେରଣ ଫୁଲ ଖଟ ତଳେ ଦିବା ନିଶା କବିସୂର୍ଯ୍ୟ. ରତ୍ନାକରଚମ୍ପୁ

୪: କୌଣସି ନିୟମ ବା ସୂତ୍ରକୁ ଉପସ୍ଥିତ କ୍ଷେତ୍ରରେ ପ୍ରଯୋଗ କରିବା —୪. To apply a principle or rule to a certain matter; to cite a thing or matter by way of comparisin.

୫: ପ୍ରଯୋଗ କରିବା —୫. To apply.

ସୁବୁଦ୍ଧି ଖଟାଇ ଚିତୋରେ ମୁଁ ଯାଇ ଲଭବ ସୂନରୀ ବହ୍ୟା ରତନ ନନ୍ଦକିଶୋର. କୃଷ୍ଣକୁମରୀ

୬: କୌଣସି ନଜିର ବା ଆଇନାକୁ ମକଦ୍ଦମାରେ ଦେଖାଇବା — ୬. To cite; to bring to bear a ruling or law to a case.