ଖଟାଙ୍ଗପୁରାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟାଙ୍ଗପୁରାଣ
ଉଚ୍ଚାରଣ: Khaṭāṅga purāṇa

ଦେ. ବି. (ସଂ. ଖଟ୍ବାଙ୍ଗ ଓ ପୁରାଣ) —

୧: କୌଣସି ଅପ୍ରାକୃତ ଅଶ୍ରୁତପୂର୍ବ ବର୍ଣ୍ଣନା — ୧. Any strange or unheard of narration.

[ଦ୍ର—ପ୍ରବାଦ ଅଛି ଯେ ଜଣେ ମୂର୍ଖ ବ୍ରାହ୍ମଣଙ୍କୁ ରାଜା ଗୋଟିଏ ନୂତନ ଧରଣର ପୂରାଣ ରଚନା କରିବାର ଆଦେଶ ଦେବାରୁ ମୂର୍ଖ ବ୍ରାହ୍ମଣ ଗୋଟିଏ ଖଟର ଖୁରାକୁ ବୋଝେ କନା ଓ କନାଧଡ଼ିରେ ଗୁଡ଼ାଇ ଗୁଡ଼ାଇ ଏକ ବିଶାଳକାୟ ବସ୍ତୁ କରି ରାଜାଙ୍କ ନିକଟରେ ଲେ ଓ କହିଲେ ଉକ୍ତ ପୁରାଣର ନାମ ଖଟାଙ୍ଗ ପୁରାଣ

ସେହି କନାଗୁଡ଼ା ବିଶାଳକାୟ ବସ୍ତୁ ରାଜକୋଷରେ ରହିଲା ପଣ୍ଡ଼ିତେ କହିଲେ ଯେ ତାଙ୍କ ମୃତ୍ଯୁପରେ ସେ ପୁରାଣ ପ୍ରକଟିତ ହେବ ବ୍ରାହ୍ମଣର ମୃତ୍ଯୁପରେ ରାଜାଦେଶରେ ସେ କନାଗୁଡ଼ିଆ ପୁରାଣରୁ ଆବରଣର ସ୍ତରମାନ ଖୋଲା ହୋଇ ଦେଖାଗଲା ଯେ ତାହା ମଧ୍ୟରେ ଗୋଟିଏ ଖଟୁଖୁରା ବିଦ୍ୟମାନ ସେଥିପାଇଁ କୌଣସି ଅଘଟନ ଅଶ୍ରୁତପୂର୍ବ କଥା କହି ବସିଲେ ଲୋକେ କହନ୍ତି— 'ଏ ଖଟାଙ୍ଗ ପୁରାଣ କହୁଛି']

୨: କୁବାକ୍ୟରେ ଗାଳିମନ୍ଦ; ଅଶ୍ଳୀଳ ତିରସ୍କାର — ୨. Evil names; obscene words used in rebuking.