ଚଉରା

ଉଇକିଅଭିଧାନ‌ରୁ

ଚଉରା

ଓଡ଼ିଆ[ସମ୍ପାଦନା]

ତୁଳସୀ ଚଉରା

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତ୍ୱର; ଚତ୍ୱାର)[ସମ୍ପାଦନା]

  1. ଗୃହସଂଲଗ୍ନ ଯେଉଁ ମାଟି; ପଥର ବା ଇଟା ନିର୍ମିତ ସ୍ତୁପରେ ତୁଳସୀବୃକ୍ଷ ଲଗା ହୋଇଥାଏ; ତୁଳସୀଚଉରା —A raised mound or structure near the house in which the Tulsi plant (a daily worshippable plant in every Hindu household) is reared.
  • ସୁବର୍ଣ୍ଣ ଚଉରା ଧାଡ଼ୀ ଧାଡ଼ୀ ଶୋଭା ଦିଶୁଆନ୍ତି ତଥିତଳ ସେ ବିଶ୍ୱନାଥ. ବିଚିତ୍ରରାମାୟଣ

[ଦ୍ରଷ୍ଟବ୍ୟ —ହିନ୍ଦୁଗୃହସ୍ଥ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦିଏ ଓ କୁଳବଧୂମାନେ ପ୍ରତିଦିନ ଓ ବିଶେଷତଃ ଗୁରୁବାର, ଏକାଦଶୀ ଓ କାର୍ତ୍ତିକମାସରେ ସକାଳୁ ଉଠି ଗୋବରପାଣିରେ ଚଉରାମୁଳକୁ ଲିପନ୍ତି ଓ କାର୍ତ୍ତିକମାସକେ ବିଧାବାମାନେ ଲିପା ଚଉରାମୂଳରେ ମୁରୁଜ ଦେଇ ରାଧାଦାମୋଦରଙ୍କୁ ପୂଜା ଓ ନୈବେଦ୍ୟଆଦି ଦିଅନ୍ତି; କୁମାରପୂର୍ଣ୍ଣିମୀ, କାଞ୍ଜି ଅଅଁଳା, ନାଗଲ ଚଉଠି, ସୋମନାଥ ବ୍ରତ ଆଦି ଉପଲକ୍ଷରେ ଚଉରା ମୂଳେ ଭୋଗ ଦିଆଯାଏ ପଣାସଂକ୍ରାନ୍ତି ଦିନ ତୁଳସୀଚଉରା ଉପରେ ଛାମୁଣ୍ଡିଆ ବାନ୍ଧି ତୁଳସୀଗଛରେ ମାଠିଆର ତଳକଣା ବାଟେ ଟୋପା ଟୋପା ପାଣି ପଡ଼ିଲା ପରି ତୁଳସୀଗଛ ଉପରେ ଗୋଟିଏ ଶିକାରେ ସଛିଦ୍ର ଘଟି ବା ମାଠିଆ (ବସୁନ୍ଧରା) ଟଙ୍ଗା ଯାଏ ସନ୍ଧ୍ୟା ବେଳେ ମଧ୍ୟ ଗୃହବଧୂ ଓ ଗୁହିଣୀମାନେ ଚଉରାମୂଳେ ସଞ୍ଜବତୀ ବସାନ୍ତି]