ଚକ୍ରତୀର୍ଥ

ଉଇକିଅଭିଧାନ‌ରୁ

ଚକ୍ରତୀର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(୩ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର,ତଦ୍ଦ୍ୱାରା କୃତ ତୀର୍ଥ)[ସମ୍ପାଦନା]

୧. ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରଦ୍ୱାରା ନିର୍ମିତ ପ୍ରଭାସକ୍ଷେତ୍ରସ୍ଥ ତୀର୍ଥବିଶେଷ (ସ୍କନ୍ଦପୁରାଣୋକ୍ତ) — ୩. A sacred place in Prabhāsa.


୨. ବୃନ୍ଦାବନସ୍ଥ ତୀର୍ଥବିଶେଷ — ୨. Name of a sacred place in Brindabana.
୩. ପୁରୀର ସମୂଦ୍ରତୀରସ୍ଥ ତୀର୍ଥବିଶେଷ — ୩. Name of a sacred place in puri.

ସେଦିନୁ, ହେ ପୂଣ୍ୟଶ୍ଳୋକ ଲୋକେ ଏକସ୍ଥଳୀ ସିନ୍ଧୁ ତୀରେ ବୋଲାଉଛି ଚକ୍ରତୀର୍ଥ ନାମେ—ରାଧାନାଥ, ମହାଯାତ୍ରା

୪. ଦାକ୍ଷିଣାତ୍ୟରେ ଋଷ୍ୟମୂକ ପର୍ବତ ନିକଟରେ ତୁଙ୍ଗଭଦ୍ରାନଦୀ ଘୂରିକିର ଯାଇଥିବା ତୀର୍ଥବିଶେଷ (ହିନ୍ଦୀ - ଶବ୍ଦସାଗର) — ୪. Name of a sacred place in the Deccan.

[ଦ୍ରଷ୍ଟବ୍ୟ —ମହାଭାରତ ଆଦି ପୁରାଣରେ ନିମ୍ନଲିଖିତ ସ୍ଥାନମାନଙ୍କରେ ଅନେକଗୁଡ଼ିଏ ଚକ୍ରତୀର୍ଥର ବର୍ଣ୍ଣନ ଅଛି ଯଥା—କାଶୀ; କାମରୂପ, ନର୍ମଦା, ଶ୍ରୀକ୍ଷେତ୍ର, ସେତୁବନ୍ଧ ରାମେଶ୍ୱର—ହିନ୍ଦୀ - ଶବ୍ଦସାଗର]