ଝଞ୍ଜା

ଉଇକିଅଭିଧାନ‌ରୁ

ଝଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଝଂଜା, ଝଂଝାଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଝମ୍, ଅନୁକରଣ ଶବ୍ଦ+ଜନ୍ ଧାତୁ+ଅ+ସ୍ତ୍ରୀ. ଆ)[ସମ୍ପାଦନା]

୧. ବତାସ; ଝଡ଼ି; ଝଡ଼; ତୋଫାନ — ୧. Storm; tempest; tornado.
ଉଦାହରଣ: ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ — କୃଷ୍ଣସିଂହ. ମହାଭାରତ, ଶଲ୍ୟ
୨. ଝଡ଼ି ବରଷା; ଝଡ଼ ସହିତ ବର୍ଷା — ୨. Rain accompanied by tempest; stormy rain.
୩. ଘୋରି ବୃଷ୍ଟି —୩. Heavy rain.
୪. ବାତ୍ୟାର ଗର୍ଜନ — ୪. Roaring sound of wind.
୫. ଟଙ୍କାର ଧ୍ୱନି —୫. Clanging sound; sharp clanking sound.
୬. ତୃପ୍ତି —୬. Contentment.
୭. ଝାଞ୍ଜ (ହିନ୍ଦୀ - ଶବ୍ଦସାଗର) —୭. Cymbals.
୮. ଛୋଟ ଛୋଟ ବିନ୍ଦୁ ପାତ ସହ ବର୍ଷା (ହିନ୍ଦୀ - ଶବ୍ଦସାଗର) — ୮. Dripping shower.