ଝାଇଁ ଝାଇଁ ହେବା

ଉଇକିଅଭିଧାନ‌ରୁ

ଝାଇଁ ଝାଇଁ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଧ୍ୱନ୍ୟନୁକରଣ; ବା ଝଙ୍କାର)[ସମ୍ପାଦନା]

୧. ଶରୀରର କୌଣସି ଅଙ୍ଗ ବହୁକାଳ ଏକ ଅବସ୍ଥାରେ ରହି ଅବଶ ହୋଇ ଥିବା ଅବସ୍ଥାରେ ତାହାକୁ ସ୍ଥାନଭ୍ରଷ୍ଟ କରିବା ସମୟରେ ଝିମି— ଝିମି ଅନୁରୁପ ଅନୁଭୂତି ଝିମିଝିମି ହେବା — ୧. Tingling sensation due to moving a limb already benumbed by being kept in one fixed position for a long time.
୨. କାନମୁଣ୍ଡାରେ ଜୋର୍ରେ ଚାପୁଡ଼ା ବାଜିଲେ କିମ୍ୱା ଦେହରେ କୌଣସି ଗଣ୍ଠିରେ ହଠାତ୍ ଠୋକର ଲାଗିଲେ ମସ୍ତିସ୍କରେ ଯେଉଁ ଝିମି ଝିମି ଅନୁଭୂତ ହୁଏ — ୨. A tingling or twanging sensation flet in the brain when the root of the ear or any other him-joint is suddenly struck with force.
୩. କାନର ଛିଦ୍ରରେ ବହୁକାଳ ତେଲ ନ ପକାଇଲେ କାନ ମଧ୍ୟରେ ଯେଉଁ ଝିମି ଝିମି ଅନୁଭୂତି ହୁଏ —୩. A sensation of reverberating felt inside the ear when oil is not into the ear hole for a long time.
୪. ଘଣ୍ଟା ବା ଝାଞ୍ଜର ଘୋରତର ଶବ୍ଦ ବହୁକାଳ ପର୍ଯ୍ୟନ୍ତ ଶୁଣିଲେ କାନ ଭିତରେ ଜଣାଯିବା ଏକ ପ୍ରକାର ଅପ୍ରୀତିକର ଭାଁ ଭାଁ ଅନୂଭୁତି —୪. Unpleasant sensa tion felt in the ear produced by long hearing a continuous shrill sound for long time.
୫. ହାଣ୍ଡିରେ ଚାଉଳ ବା ମୂଗ ଆଦି ଭାଜିବା ସମୟରେ ଭଜାଭଜି ଖଡ଼ିକାଦ୍ୱାରା ଉକ୍ତ ଚାଉଳ ଆଦିକୁ ଲେଉଟ ପାଉଟ କରିବା ବା ଖରଡ଼ିବା ସମୟରେ ହେବା ଶବ୍ଦ — ୫. Metallic sound produced while stirring rice etc with the frying stick a pot over the fire.
୬. ଫଟା ଘଣ୍ଟ ସବା ଝାଞ୍ଜ ବାଜିବାର ବହୁକାଳସ୍ଥାୟୀ ଶବ୍ଦ ବା ଧ୍ୱନି —୬. A long lingering tingling sound produced with the eymbals or by striking a broken gong long din of metallic instruments.
୭. ଖରାଦ୍ୱାରା ଶସ୍ୟ ଆଦି (ଯଥା—ମୁଗ) ଉତ୍ତମରୂପେ ଶୁଖି ଯିବା —୭. Grains completely drying through heat.

(ଯଥା—ଗମରା ମୂଗ ଡାଲି ବୌଶାଖ ମାସ ଖରାରେ ଝାଇଁ ଝାଇଁ ହୋଇ ଶୁଖି ଗଲାଣି)

[ଦ୍ରଷ୍ଟବ୍ୟ —ଝମଝମ ଶବ୍ଦ—ଅଳ୍ପକାଳସ୍ଥାୟୀ, ଝାଇଁଝାଇଁ ଶବ୍ଦ—ଅଧିକକାଳ ସ୍ଥାୟୀ ଓ ଉଚ୍ଚତର]