ଡମ୍ୱିରି

ଉଇକିଅଭିଧାନ‌ରୁ

ଡମ୍ୱିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉଦୁମ୍ୱର; ଉଡୁମ୍ୱର)[ସମ୍ପାଦନା]

ଛୋଟ ଜାତିର ଡିମିରି ଗଛ ଓ ତହିଁର ଫଳ —Ficus Opposetifolia; Ficus Hispida; fig (tree and fruit).

ଭୃଗୁ ବୋଇଲେ ତୁ ଋତୁସ୍ନାନ କରି ଡିମ୍ୱିରିକି ଯାଇ ଧରିବୁ କୋଳ କରି— କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —ଏହା ବଟଜାତୀୟ ନୀତିଦୀର୍ଘ ଗ୍ରନ୍ଥିଳ ଆରଣ୍ୟ ତରୁ ଏହି ଗଛର କାଣ୍ଡରେ ବା ଶାଖାମୂଳରେ ଫଳ ଧରେ ଏହାର ଫୁଲ ଦେଖା ଯାଏ ନାହିଁ ପତ୍ରର ଦେହରେ ଆଂଶୁ ଥାଏ ଗଛର ମୂଳ ହାଣି ଦେଲେ ଜଳବତ୍ ପ୍ରଚୁର ସ୍ୱଚ୍ଛ ଦ୍ରବ୍ୟ ନିଃସୃତ ହୁଏ ଏହାର ଫଳ ଗୋଲାକାର ଓ ଛୋଟ ଡିମ୍ୱ ପରି ଫଳ ମଧ୍ୟରେ ଅସଂଖ୍ୟ କ୍ଷୁଦ୍ର ବୀଜ ଥାଏ ଅଶ୍ୱତ୍ଥ ଓ ବଟ ବୃକ୍ଷ ପରି ଡିମିରି ଗଛର ସୂକ୍ଷ୍ମ ଫୁଲ ମଧ୍ୟ ଅନ୍ତର୍ମୂଖ, ଅର୍ଥାତ୍ ଫୁଲ ଗୋଟିଏ କୋଷ ମଧ୍ୟରେ ମୁଦି ହୋଇ ରହିଥାଏ ପୁଂ. ପୁଷ୍ପ ଓ ସ୍ତ୍ରୀ. ପୁଷ୍ପର ଏ ଅଲଗା ଅଲଗା କୋଷ ହୁଏ କୀଟମାନଙ୍କ ସହାୟତାରେ ଏ ପୁଷ୍ପର ଗର୍ଭାଧାନ ହୁଏ ପୁଂ. କେଶରର ବୃଦ୍ଧି ସଙ୍ଗେ ସଙ୍ଗେ ଏଥି ମଧ୍ୟରେ ଏକପ୍ରକାର କୀଟ ଜନ୍ମନ୍ତି ଏହି ପୋକମାନେ ପୁଂ. ପରାଗକୁ ଗର୍ଭକେଶର ମଧ୍ୟକୁ ନେଇ ଯାଆନ୍ତି ଏବଂ ତଦ୍ଦ୍ୱାରା ଗର୍ଭକୋଷ ବଢ଼ି ଫଳ ଜନ୍ମେ ଏ ଫଳ କୋମଳ; ଫଳର କରଡ଼ା ଚୋପା ନାହିଁ ଫଳକୁ ଗଛରୁ ତୋଳି ଆଣି ଭାଙ୍ଗି ଦେଲେ ଫଳ ଭିତରେ ପରିପକ୍ୱ ଗର୍ଭକେଶର ଓ ଟିକିଟିକି ମଞ୍ଜି ଦେଖାଯାଏ ଓ ପୋତକ ପରି ଗୁଡ଼ିଏ ଟିକିଟିକି ପୋକ ବାହାରି ପଡ଼ନ୍ତି ବୈଦଶାସ୍ତ୍ରମତରେ ଏହାର ଛାୟା ଖୁବ୍ ଶୀତଳ ଫଳ ତରକାରୀ ହୁଏ ଓ ଡ଼ାଳ ଦାନ୍ତ— କାଠି ରୂପେ ବ୍ୟବହୃତ ହୁଏ ଏହାର ଫଳ ମଧ୍ୟରେ ଫୁଲ ଥିବାରୁ ଲୋକେ ଫଳର ବାହାରେ ଫୁଲ ନ ଦେଖି ଭ୍ରମରେ ବିଚାରନ୍ତି ଯେ ଡିମ୍ୱିରି ଗଛର ଫୁଲ ନାହିଁ ଏଥିପାଇଁ ନୟନର ଅଗୋଚର ବସ୍ତୁକୁ ଲୋକେ କଥା ପ୍ରସଙ୍ଗରେ ଡିମ୍ୱିରି ଫୁଲ ସଙ୍ଗେ ତୁଳନା କର ଥାଆନ୍ତି କାବୁଲୀ ଡିମ୍ୱରି ଫଳକୁ ଅଞ୍ଜୀର କହନ୍ତି ଏହା ଆମ ଦେଶର ଡିମିରି ଫଳ ଅପେକ୍ଷା ବଡ଼ ଓ ଖାଇବାକୁ ମିଠା ଏହା ଖାଇଲେ କୋଷ୍ଠ ପରିଷ୍କାର ହୁଏ ବୈଦ୍ୟକ ମତରେ ଡିମ୍ୱିରି ସ୍ତମ୍ଭନ— କାରକ, ତିକ୍ତ କଷାୟ ରସ ଓ ଶୀତବୀର୍ଯ୍ୟ; ଏହା କଫ, ପିତ୍ତ, ବ୍ରଣ, ଶ୍ୱିକ୍ର, କୁଷ୍ଠ, ପାଣ୍ଡୁ, ଅର୍ଶ ଓ କାମଳା ରୋଗର ଉପକାରୀ ବୃହତ୍ତର ଫଳ ଓ ବୃହତ୍ତର ଆକୃତି ବିଶିଷ୍ଟ ଏହି ଜାତୀୟ ଗଛକୁ ଓଡ଼ିଆରେ ଉଡୁମ୍ୱର ବା ଯଜ୍ଞ ଡିମ୍ୱିରି (ସଂସ୍କୃତ - ଉଦୁମ୍ୱର ଲା. — Ficus Glomerata; ଇଂରାଜୀ - Glomerous Fig or Keg-tree) କହନ୍ତି]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଜଙ୍ଗଲରେ ଥିବା ଏକପ୍ରକାର ସରୁଆ ଫିକା ରଙ୍ଗର ବିରୁଡ଼ି (ଏମାନଙ୍କ ନାହୁଡ଼ ଅତି ବିଷାକ୍ତ) — A kind of slender brown wasp.