ଢଳା

ଉଇକିଅଭିଧାନ‌ରୁ

ଢଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ)[ସମ୍ପାଦନା]

୧. ଢଳି ପଡ଼ିବା — ୧. Falling down, tumbling.
୨. ଢଳିବା; ଏକପାଖକୁ ସାମାନ୍ୟରେ ନଇଁପଡ଼ିବା —୨. Leaning; inclining to one side.
୪. ଢାଳିବା କର୍ମ —୩. Act of pouring.

ଚଳାଚଳ ନୟନ ଢଳା ରସକୁ ମନ ବଳାଅରେ କବିସୂର୍ଯ, ସଙ୍ଗୀତ

୪. (ଦୃଷ୍ଟିକୁ) ବାଙ୍କ କରିବା — ୪. Bending; ogling.
୫. ଧାତୁ ଢାଳିବା ଛାଞ୍ଚ —୫. Mould.
୬. ଧାତୁକୁ ତରଳାଇ ଛାଞ୍ଚରେ ଢାଳିବା କର୍ମ — ୬. Act of pouring molten metal into a mould.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ଢଳିଥିବା; ସାମାନ୍ୟରେ ଏକପାଖକୁ ଟଳିଥିବା —୧. Slightly leaning to one side
୨. ଆଉଟା ହୋଇ ଛାଞ୍ଚରେ ଇଡ଼ା ଯାଇଥିବା — ୨. Molten and cast into a mould.!
୩. ଆଉଟା ହୋଇ ଛାଞ୍ଚରେ ଇଡ଼ା ହୋଇଥିବା ଧାତୁଦ୍ୱାରା ପ୍ରସ୍ତୁତ —୩. Made of molten metal cast in mould.

ଅମୃତ ବାବରସେଁ ଢଳା ବାଗ୍ଦେବୀ ବାଣୀ ବ୍ରହ୍ମକଳା—ମଧୁସୁଦନ, ସଙ୍ଗୀତମାଳା


୪. ପ୍ରଚୁର ରୁପେ ଇଡା ହୋଇଥିବା — ୪. Poured profusely.
୫. ଅପାଙ୍ଗ ଦୃଷ୍ଟିଯୁକ୍ତ (ନେତ୍ର) — ୫. Ogling (eye)

ଚଳା ନେତ୍ର କର ମୋ ସଙ୍ଖୁଳା—କବିସୁର୍ଯ୍ୟ, ସଂଙ୍ଗୀତ

ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ -[ସମ୍ପାଦନା]

ଛୋଟ ଢାଳ; ସାମସେଇ; ଝରି — Very small water jug.