ମାଟି

ଉଇକିଅଭିଧାନ‌ରୁ

ମାଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃତ୍ତିକା; ତୁଳ, ପ୍ରା, ମଟ୍ଟୀ)[ସମ୍ପାଦନା]

୧. ମୃତ୍ତିକା — ୧. Soil.

[ଦ୍ରଷ୍ଟବ୍ୟ —ସାଧାରଣତଃ ମାଟି ବାଲିଆରା, ଗୋଡ଼ିଆ, ମଟାଳ, ଅଠାଳିଆ ବା ଚିକିଟା, ଲୁଣି ଓ ପଟୁ ଏହି ଛଅଶ୍ରେଣୀରେ ବିଭକ୍ତ; ବାଲି ଓ ମାଟି ମିଶା ମାଟିକୁ ଦୋରସା ମାଟି କୁହାଯାଏ ।

ସାଧାରଣତଃ ଚାଷ ଜମିକୁ ଜଳ ଜମି ଓ ନଈକୂଳିଆ ଜମିକୁ ପାଳଜମି କୁହାଯାଏ । ଘର ଓ ଘରବାଡ଼ୢ ଜମିକୁ ଡ଼ିହ ଜମି ଓ ଗ୍ରାମ ନିକଟସ୍ଥ ଉର୍ବର ଜମିକୁ କଳା ଜମି କୁହାଯାଏ । ପଟୁ ପଡ଼ିଥିବା ଜମୀକୁ ପଟୁଜମି କୁହାଯାଏ । ଯେଉଁ ମାଟିରେ ମୃତ୍ତିକାର ଭାଗ ବେଶି ତାକୁ 'ମଟାଳ' କୁହାଯାଏ । ଏହାର ଉପର ଶୁଖିଗଲେ ମଧ୍ୟ ଭିତର ଓଦା ଥାଏ । ଏହା କୃଷି ପକ୍ଷରେ ଉପଯୋଗୀ । ମଟାଳ ଜମିର ଅନେକଗୁଡ଼ିଏ ଶ୍ରେଣୀ ବିଭାଗ ଅଛି ଯଥା—ବାଲିଆ ମଟାଳ, ଗୋଡ଼ିଆ ମଟାଳ, ଦୁଧିଆ ମଟାଳ, ତେଲିଆ ମଟାଳ, ଶଧ ମଟାଳ, ଚାଉଳିଆ ମଟାଳ, ପାଉଁସିଆ ମଟାଳ, ବାଘୁଆ ମଟାଳ. କିମ୍ଭିରିଆ ମଟାଳ, ତେଲିଆବାଲିଆ ମଟାଳ, ଧଉଳିଆ ମଟାଳ, ନାଲିଆ ମଟାଳ, ହଳଦିଆ ମାଟାଳ, ଜହ୍ନ ମଟାଳ, ହାଡ଼ୁଆ ମଟାଳ, ଖଲି ବା ଖଡ଼ି ମଟାଳ, ଚିକିଟା ମଟାଳ, କଳା ମଟାଳ, ଲୁଣିଆ ମଟାଳ ।

ଏହି ଶ୍ରେଣୀବିଭାଗ ମାଉକ୍ସ ସାହେବଙ୍କ ଓଡ଼ିଶା ସେଟଲ୍ମେଣ୍ଟ୍ ରିପୋର୍ଟରୁ ଗୃହୀତ ହୋଇଅଛି ।

ଏକପ୍ରକାର ମାଟିକୁ ପାଣି ଦେଇ ହାତରେ ଘଷିଲେ ତହିଁରୁ ବାହାରିବା ଘୋରା ଚନ୍ଦନ ପରି ଧଳା ଲେପକୁ ଲୋକେ ତିଳକରୂପେ ଦେହରେ ଲଗାନ୍ତି, ତାକୁ ତିଳକମାଟି କହନ୍ତି ।ଗଙ୍ଗାନଦୀର ପଙ୍କକୁ ବଳି କରି ଶୁଖାଇ ରଖାଯାଏ ଓ ଯେଉଁଠାରେ ଗଙ୍ଗାନଦୀ ପାଖରେ ନ ଥାଏ ସେଠାରେ ଏ ମାଟିରୁ ପାଣି ଦେଇ ହାତରେ ଘଷି ତହିଁରୁ ବାହାରିବା ଲେପକୁ ଲୋକ ତିଳକରୂପେ ଦେହରେ ଲଗାନ୍ତି; ତାକୁ ଗଙ୍ଗା ମାଟି ବା ଗଙ୍ଗା ମୃର୍ତ୍ତିକା କୁହାଯାଏ । ନାଲି,ହଳଦିଆ ଓ ଧଳା ରଙ୍ଗର ମାଟିକୁ ପାଣିରେ ଗୋଳି ଲୋକେ ତହିଁରେ କାନ୍ଥ ଲିପନ୍ତି; ତାକୁ ବନମାଟି କୁହାଯାଏ । କ୍ଷାରଯୁକ୍ତ ମୃତ୍ତିକାକୁ ସାଜିମାଟି କୁହାଯାଏ । ଏକପ୍ରକାର ମାଟି ଖୁବ୍ ଚିକ୍କଣ ଓ ଧଳା, ଏହାକୁ ଚିନାମାଟି କୁହାଯାଏ । ମାଟିକୁ ଚକଟି ପୋଡ଼ି ହାଣ୍ଡି, ମାଠିଆ, ନାନାପ୍ରକାରର ପାତ୍ର, ଇଟା, ଟାଇଲ୍ ଖପରଲୀ ତିଆରି ହୁଏ ।ମାଟିକୁ ଚକଟି ସେଥିରେ କାନ୍ଥ ଦିଆଯାଏ ଓ କାଦୁଅ କରି ଇଟାରେ ବା ପଥରରେ ଗାନ୍ଥନି କରାଯାଏ । ମାଟିକୁ ବଳି ବାଟୁଳି କରାଯାଏ ]

୨. ଭୂତଳ —୨. The surface of the earth
୩. ଭୂମି —୩. Ground.
୪. ଧୂଳି —୪. Dust.
୫. (ମୃତ୍ତିକାମୟ) ଶରୀର —୫. The material body.
୬. ରଦ୍ଦି ବା ନଷ୍ଟ ହୋଇଥିବା ବସ୍ତୁ —୬. Soiled or damaged article.

ବିଶେଷଣ -[ସମ୍ପାଦନା]

୧. ପଣ୍ଡ; ବୃଥା; ନିଷ୍ଫଳ —୧. Vain; fruitless; abortive,

(ଯଥା— ମୋ ପରିଶ୍ରମ ମାଟି ହେଲା)

୨. ଆଳସ୍ୟଯୁକ୍ତ — ୨. Lazy.

(ଯଥା—ତା ଦେହ ମାଟି ପରି ଲାଗୁଛି)

୩. ଅଯୋଗ୍ୟ —୩. Unfit.

(ଯଥା—ପିଲାଟି ଅସତ୍ ସଂସର୍ଗରେ ପଡ଼ି ମାଟି ହୋଇ ଗଲାଣି)

୪. ନିର୍ବୁଦ୍ଧିଆ — ୪. Dunce.
୫. ରଦ୍ଦି ବା ନଷ୍ଟ —୫. Soiled or damaged (article).

(ଯଥା—ମୁଁ ଗୋଟିଏ ବସ୍ତାରେ ଲଙ୍କାମରିଚ ରଖିଥିଲି, ବର୍ଷକ ବାଦ୍ ବସ୍ତାଫିଟାଇଲା ବେଳକୁ ସେଗୁଡ଼ିକ ମାଟି ହୋଇ ଗଲାଣି)