ଧନ୍ଦାଳି ହେବା

ଉଇକିଅଭିଧାନ‌ରୁ

ଧନ୍ଦାଳି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧନ୍ଦିହେବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦ୍ୱନ୍ଦ୍ୱ)[ସମ୍ପାଦନା]

୧. ରନ୍ଥାଳି ହେବା; ଏଣେ ତେଣେ ଖୋଜି ବୁଲି ବୁଲି ବ୍ୟସ୍ତ ହେବା — ୧. To anxiously search for a thing here and more.
୨. କିଂକର୍ତ୍ତବ୍ୟବିମୂଢ଼ ବା ବ୍ୟସ୍ତ ହେବା — ୨. To be agitated; to be bewildered.
୩. କାର୍ଯ୍ୟରେ ବ୍ୟସ୍ତ ହେବା; କାଉଳି ହେବା — ୩. To be very busy; to be in a bustle; to be pre-occupied.

ହୀନଭାଗ୍ୟ ଲୋକ କହି କି ମିଛେ ନିନ୍ଦି ଏ ସଂସାର ମାୟାରେ ହେଉଥାଏ ଧନ୍ଦି କୃଷ୍ଣସିଂହ. ମହାଭାରତ. ଶାନ୍ତି

୪. ଜାଲୁଜାଲୁଆ ଦେଖାଯିବାରୁ ବା ଅନ୍ଧର ଯୋଗୁଁ ଦରାଣ୍ଡ ହେବା —୪. To grope on account of one's dim sight or in the dark.
୫. ସନ୍ଦିହାନ ହେବା —୫. To be in doubt.

ଜଗତଯାକ ଧର୍ମରଜ୍ଜୁରେ ବାନ୍ଧି ହୋଇଅଛି ଯେ ନୃପ ନୁହ ତହିଁ ଧନ୍ଦି କୃଷ୍ଣସିଂହ. ମହାଭାରତ. ବନ

୬. ଗୋଲକଧନ୍ଦାରେ ପଡ଼ିବା — ୬. To be between the horns of a dilemma.