ପ୍ରଦେଶ
ଦେଖଣା
ପ୍ରଦେଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଦେଶ)
[ସମ୍ପାଦନା]- ୧. ଦେଶର ଏକାଂଶ; ଦେଶାଂଶ — ୧. Part of a country; province.
[ ଦ୍ର—ଦେଶର ଯେଉଁ ଏକ ବିସ୍ତୃତ ଅଂଶର ଭାଷା, ରୀତି— ନୀତି, ଶାସନପଦ୍ଧତି ଓ ଜଳବାୟୁ ଦେଶର ଅନ୍ୟ ଅଂଶମାନଙ୍କ ଅପେକ୍ଷା ଭିନ୍ନ ତାକୁ ପ୍ରଦେଶ ବୋଲାଯାଏ ]
- ୨. ଅଞ୍ଚଳ; ଜିଲ୍ଲା —୨. Division of a country; district.
- ୩. ସ୍ଥାନ; ଦେଶ —୩. Region; place; tract; spot.
- ୪. ଅଂଶ —୪. Part.
- ୫. ବିସ୍ତାରିତ କରତଳର ବୁଢ଼ାଆଙ୍ଗୁଠିର ଅଗରୁ ବିଶିଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ଦୂରତ୍ୱର ପରିମାଣ; ତର୍ଜନ୍ୟଙ୍ଗୁଷ୍ଠସମ୍ମିତ ଦୈର୍ଘ୍ୟ — ୫. A span measured from the tip of the thumb to that of the forefinger.
- ୬. ଭିତ୍ତି; କାନ୍ଥ —୬. Wall.
- ୭. ଅଙ୍ଗ—(ହିନ୍ଦୀ - ଶ) —୭. Limb.
- ୮. ନିଷ୍ପତ୍ତି —୮. Decision (Apte).
- ୯. (ବ୍ୟାକରଣ) ଉଦାହରଣ — ୯. An example (in grammar) (Apte).
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରଦେଶ)
[ସମ୍ପାଦନା]- ୧. ପ୍ରବାସ — ୧. Sojourn.
- ୨. ବିଦେଶ —୨. Foreign country.