କିଆ
କିଆ —
ଉଚ୍ଚାରଣ: Kiā
কেয়া, কেউড়া
केबड़ा, केतगी,
गगनधूल, केबड़ा
ଫା. କରଜ୍
ଆ. କାଦୀ
ତେ. ମୋଗିଲିଚେଟ୍ଟୁ;
ମୁଗୁଲିଚେଟ୍ଟୁ; ମଗାଲିପୁବୁ
ଦେ. ବି. (ସଂ. କେତକ) —
୧: କଣ୍ଟାଯୁକ୍ତ ଲମ୍ବା ସରୁ ପତ୍ରବିଶିଷ୍ଟ ଗୁଳ୍ମ ଓ ତାହାର କେତକୀ ଜାତୀୟ ଧଳା ଫୁଲ —୧. The screwpine plant with white smelling flowers and big long and thorny leaves; Pandanus Odoratissimus.
ଜ୍ଯେଷ୍ଠେ କଦଳୀ ଆଷାଢ଼େ କିଆ ପୋତ୍ ନ ପୋତ୍ ହୋଇବ ଠିଆ କୃଷିବଚନ
[କିଆ ଓ କେତକୀ ଏକ ଜାତୀୟ ଗଛ କିଆର ଫୁଲ ଧଳା, ମାତ୍ର କେତକୀର ଫୁଲ ହଳଦିଆ କିଆକନ୍ଦା ହାତୀର ଆଦରଣୀୟ ଖାଦ୍ୟ କିଆପତ୍ରରେ କଣ୍ଟା ଥିବାରୁ ଲୋକେ ଏହାକୁ ପୋତି ବାଡ଼ କରନ୍ତି ଆଷାଢ଼ ମାସରେ କିଆଡ଼ାଳ ଆଣି ପୋତିଲେ ତାହା କ୍ରମଶଃ ଚାରି ଆଡ଼କୁ ମାଡ଼ିଯାଏ କିଆ ଗଛର ଓହଳ ବା ଚେରକୁ ଚିରି ଘର ଛପର କରିବା ପାଇଁ ପଟ ବାହାର କରାଯାଏ ଏହାର ପତ୍ର ୩୪: ହାତ ଲମ୍ବା ଓ ପତ୍ରର ପିଠିରେ ଓ ଦୁଇ ପାଖରେ ବକ୍ରାଗ୍ର କ୍ଷୁଦ୍ର କଣ୍ଟା ଥାଏ ବୈଦ୍ୟଶାସ୍ତ୍ର ମତରେ କିଆକନ୍ଦା କଟୁମଧୁରତିକ୍ତ ରସ, ଲଘୁ ଓ କଫନାଶକ]
কাশ
काम
୨: (ସଂ. କ୍ରିୟା)—କୃତକର୍ମ — ୨. Previous action.
ଆପଣା କିଆକୁ ଇଲାନ (ଦଇବ) କିଆ ପ୍ରବଚନ
୩: କ୍ରିୟା; କାର୍ଯ୍ୟ —୩. Actions; doings.
୪: କର୍ମ; କପାଳ; ଭାଗ୍ୟ —୪. Luck; fortune.
ଦେ. ବିଣ —
୧: କୃତ —୧. Done.
(ଯଥା—ଆପଣା କିଆ କାମ)
୨: ଅର୍ଜିତ —୨. Earned.
ଦେ. ଅ. ପ୍ରତ୍ୟୟ. (ମୂଲ୍ୟ ବା ପରିମାଣବାଚକ ଶବ୍ଦ ପରେ ଯୁକ୍ତ) —
ପ୍ରତ୍ଯେକ ଏତେ ମୂଲ୍ୟର ବା ପରିମାଣର — (added to words denoting quantity or price) Of so much value or quantity.
(ଯଥା—ଅଣାକିଆ, ଟଙ୍କାକିଆ, ସେରକିଆ, କଡ଼ାକିଆ; କିଆ ଶବ୍ଦ ଯୁକ୍ତ ହେଲେ ପୂର୍ବବର୍ତ୍ତୀ ଆକାରନ୍ତ ଓ ଆକାରାନ୍ତ ଶବ୍ଦର 'ଅ' ସ୍ଥାନରେ ବିକଳ୍ପେ ଇ ହୁଏ, ଯଥା—ଅଣିକିଆ, ଟିଙ୍କିକିଆ, ସେରିକିଆ, କଡ଼ିକିଆ)