ଖଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟିଆ
ଉଚ୍ଚାରଣ: Khaṭiā
খটিআ खटिया

ଦେ. ବି. (ସଂ. ଖଟ୍ଵିକା; ଖଟ୍ଟିକା) —

୧: କାନ୍ଧରେ ବୁହାଯିବା ବାଉଁଶ ଲାଗିଥିବା ଯାନବିଶେଷ; ଡ଼ୋଲି; ଡ଼ୁଲି — ୧. Dooly; a small bed-like conveyance borne on the shoulders of men by poles.

[ଦ୍ର—ଯେଉଁ ଗରିବ ଲୋକମାନଙ୍କର ସବାରି ଆଦି ବ୍ୟବହାର କରିବା ପାଇଁ ସମ୍ବଳ ନ ଥାଏ ଏ ଯାନରେ ସେମାନେ ଘଟନା— ବିଶେଷରେ ଯାତାୟାତ କରନ୍ତି ଏହା ଦୁଇ ଜଣ ମନୁଷ୍ୟଦ୍ଵାରା ବୁଝାଯାଏ]

୨: ଛୋଟ ଖଟ; ଦଉଡ଼ିଆ ଖଟ — ୨. A small bedstead.

୩: ରୋଗୀ, ମୁର୍ଦ୍ଦାରଆଦିଙ୍କୁ ବହିବାରେ ବ୍ୟବହୃତ ଯାନବିଶେଷ; ରୋଗୀବୁହା କୋକେଇ — ୩. Stretcher; carrier or a small bed-like conveyance for carrying dead bodies, wounded men or sick men to the hospital; a bier.

ପ୍ରାଦେ. (ପୁରୀ) ବି —

ଶୁକ୍ରଜାତିବିଶେଷ — A class of Ṡūdras.

ଦେ. ବିଣ. —

ଯେ ଖଟେ —One who labours or serves or renders service.