ଗଣ୍ଡା

ଉଇକିଅଭିଧାନ‌ରୁ

ଗଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣ୍ଡ; ଗଣ୍ଡକ)[ସମ୍ପାଦନା]

୧. ବନ୍ୟଜନ୍ତୁବିଶେଶ — ୧. Rhinoceros.

ଗଣ୍ଡା ତୁଣ୍ଡ ମେଣ୍ଡା ମୁଣ୍ଡ ସମ୍ୱଲପୁର. ପ୍ରବଚନ

[ଦ୍ରଷ୍ଟବ୍ୟ —ଏହାର ରଙ୍ଗ ପାଉଁଶିଆ ଏହାର ଥୋମଣି ଉପରେ ଗୋଟାଏ ଶିଙ୍ଘ ବା ଖଡ଼୍ଗ ଥାଏ ବୋଲି ଏହାକୁ ଖଡ୍ଗୀ ମଧ୍ୟ ବୋଲାଯାଏ ଏହାର ଚମ ଆବୁଆବୁଆ ଓ ଭାରି ମୋଟା; ଏଥିରେ ଢ଼ାଲ ତିଆରି ହୁଏ ଏ ଫଳ ମୂଳ ଖାଏ ଏହାର ମାଂସକୁ ହିନ୍ଦୁମାନେ ଅତି ପବିତ୍ର ବୋଲି ବିବେଚନା କରନ୍ତି ଏହାର ଶିଙ୍ଘରେ ପାତ୍ରି ନିର୍ମାଣ କରି ହିନ୍ଦୁମାନେ ପିତୃ ଲୋକ ଉଦ୍ଦ୍ୟେଶରେ ତର୍ପଣ କରନ୍ତି ବର୍ତ୍ତମାନ ଏମାନେ ଆସାମ ପୂର୍ବବଙ୍ଗ, ସୁନ୍ଦରବଣ ଓ ନେପାଳରେ ଦେଖା ଯାଆନ୍ତି ଏମାନେ ଦୁଇ ପ୍ରକାର ଏକ ଜାତିର ଅଣ୍ଡିରା ଓ ମାଈ ଉଭୟଙ୍କର ଖଡ଼୍ଗ ଥାଏ ଏମାନେ ଆସାମରେ ମିଳନ୍ତି ଇଂରାଜିରେ ଏମାନଙ୍କୁ Rhinoceros Unicornis କୁହାଯାଏ ଅନ୍ୟ ଜାତିର କେବଳ ଅଣ୍ଡିରାଙ୍କର ଖଡ଼୍ଗ ଥାଏ ଏମାନେ ପୂର୍ବବଙ୍ଗ ଓ ସୁନ୍ଦରବନରେ ମିଳନ୍ତି ଇଂରାଜିରେ ଏମାନଙ୍କୁ Rhinoceros Sonadaicus କୁହାଯାଏ]

୨. ଚାରିକଡ଼ା କଉଡ଼ି —୪. Four bits of cowries.

[ଦ୍ରଷ୍ଟବ୍ୟ —ଏ ଦେଶରେ ଆଗେ କଉଡ଼ି ମୁଦ୍ରାସ୍ୱରୂପ ପ୍ରଚଳିତ ଥିଲା ୪କଡ଼ା= ୧ଗଣ୍ଡା, ୫ଗଣ୍ଡା=୧ବୋଡ଼ି. ୪ ବୋଡ଼ି= ୧ପଣ, ୧୬: ପଣ= ୧କାହାଣ (କାର୍ଷାପଣ)]

୩. ଚାରିସଂଖ୍ୟା; ପୁଞ୍ଜା — ୩. An aggregate of four; the number four.
୪. କୌଣସି ବ୍ୟକ୍ତିର ପ୍ରାପ୍ୟ ଧନ — ୪. One's dues; any money due to a person.
୫. ଗାଈ, ବଳଦଙ୍କ ବେକରେ ବନ୍ଧାଯିବା ପଘାର ଫାସ — ୫. A noose of rope put round the neck of cattle.
୬. ମାତୃଗର୍ଭଜାତ ୪ର୍ଥ ସନ୍ତାନକୁ ଦିଆଯିବା ନାମ — ୬. A name given to the ୪th child of a mother.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ପାଣପରି ନୀଚ ଅନାର୍ଯ୍ୟ ଜାତିବିଶେଷ —A low class of untouchable persons.

[ଦ୍ରଷ୍ଟବ୍ୟ —ଏମାନେ ମୋଟ ଲୁଗା ବୁଣନ୍ତି ଓଡ଼ିଶାର ବୁଣାବାଉରୀଙ୍କ ପରି ଏମାନେ ଅସ୍ଫୃଶ୍ୟ]