ଦମନ

ଉଇକିଅଭିଧାନ‌ରୁ

ଦମନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଦମ୍ ଧାତୁ+ଭାବ. ଅନ)[ସମ୍ପାଦନା]

୧. ଶାସନ — ୧. Restraint; check.
୨. ଆୟତ୍ତକୁ ଆଣିବା; ବଂଶୀକରଣ — ୨. Bringing under control; subjugation.
୩. ପରାଜିତ କରିବା — ୩. Subduing; defeating; vanquishing.
୪. ଇନ୍ଦ୍ରିୟ ନିଗ୍ରହ — ୪. Restraining one's passions.
୫. ଚିତ୍ତବୃତ୍ତିକୁ ସଂଯତ କରିବା — ୫. Self control; self restraint.
୬. (ନାମ) ଜନୈକ ଋଷି —୬. Name of a sage.

[ଦ୍ରଷ୍ଟବ୍ୟ —ଏହାଙ୍କ ଆଶ୍ରମରେ ଦମୟନ୍ତୀ ଜନ୍ମିଥିଲେ ଓ ଭୀମସେନ ଏହାଙ୍କଠାରୁ ଶିଶୁକନ୍ୟା ଦମୟନ୍ତୀଙ୍କୁ ଆଣି ଆପଣାର କନ୍ୟାରୂପେ ପାଳିଥିଲେ]

ସେହି ଭୀମ ରଜାଠାକୁ ଦମନ ଋଷି; ଆସିଲେ ଦେଖି ତାକୁ ହୋଇ ଅତି ତୋଷୀ କୃଷ୍ଣସିଂହ. ମହାଭାରତ. ବନ

୭. ଭୀମସେନ ରଜାଙ୍କର ପୁତ୍ର, ଦମୟନ୍ତୀଙ୍କ ଭ୍ରାତା — ୭. Son of king Bhīmasena; brother of Damayantī

ଦମ, ଦାନ୍ତ, ଦମନ ନାମକୁ କହିଲେ କୃଷ୍ଣସିଂହ. ମହାଭାରତ. ବନ

୮. ବୀର —୮. Hero; valiant person.
୯. ଦଅଣା ଗଛ —୯. Da-aṇā plant; Artemisa Indica.
୧. ଦଣ୍ଡ —୧୦. Punishment.
୧୧. ମହାଦେବ; ଶିବ (ହି, ଶବ୍ଦସାଗର) —୧୧. Ṡiba.
୧୨. ରାକ୍ଷସବିଶେଷ —୧୨. Name of a demon.
୧୩. କୁନ୍ଦ (ହିନ୍ଦୀ - ଶବ୍ଦସାଗର) —୧୩. A kind of flower.