ମୁଣ୍ଡା

ଉଇକିଅଭିଧାନ‌ରୁ

ମୁଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ମୁଣ୍ଡିତିକା (ଦେଖ) - —୧. Muṇḍitikā (See)
୨. ମୁଣ୍ଡିତା ସ୍ତ୍ରୀ; ଲଣ୍ଡୀ ସ୍ତ୍ରୀ —୨. A woman with shaven head.

ଅନୁବାଦ[ସମ୍ପାଦନା]

ଦେଶଜ - ବି— (ସଂସ୍କୃତ - ମୁଣ୍ଡ—ସ୍ଥୁଳ କନ୍ଦ)[ସମ୍ପାଦନା]

୧. ହଳଦୀ, ସାରୁ ଓ କଦଳୀ ଗଛର ମୁଳପିଣ୍ଡ —୧. The ball-shaped root of turmeric, yam, arum and plantain tree.

ଅନୁବାଦ[ସମ୍ପାଦନା]

୨. ଶାଖା ଆଦି ବର୍ଜିତ ବୃକ୍ଷର ଗଣ୍ଡି; ଲଣ୍ଡା ଗଛ; ସ୍ଥାଣୁ — ୨. The branchless trunk of a tree; a alopped tree.

[ଉ—ମୁଣ୍ଡା ବୃକ୍ଷ ପରି ହୁଅନ୍ତେ ସେ ରାଜନ ପରଶୁ ମାରି ପୁଣି ଶିର କଲେ ଛିନ୍ନ—କୃଷ୍ଣସିଂହ ମହାଭାରତ. ବନ]

ଅନୁବାଦ[ସମ୍ପାଦନା]

୩. କାଠର ବା ପଥରର ବଡ଼ ଖଣ୍ଡ —୩. A big block of wood or stone.

ଅନୁବାଦ[ସମ୍ପାଦନା]

୪. ମାଛର ବା ମାଂସର ବଡ଼ ଖଣ୍ଡ —୪. A big lumb of flesh or meat of fish.

[ଉ—ନେଲେ ଘିଅ ଅଟା ସଙ୍ଗେ ଛାଗମୁଣ୍ଡା ଦରବାର ରାଧାନାଥ]

ଅନୁବାଦ[ସମ୍ପାଦନା]

୫. (ଗାଳି) ଆପଣା ପରିବାରର ଅନ୍ୟ ସମସ୍ତ ବ୍ୟକ୍ତି (ଯଥା—ପିତା, ମାତା, ପୁତ୍ର, କନ୍ୟା ଆଦି) ମୃତ ହେବା ପରେ ଯେଉଁ ବ୍ୟକ୍ତି ବଞ୍ଚିଥାଏ — ୫. A person whio is the sole surviver in a family.

ଅନୁବାଦ[ସମ୍ପାଦନା]

୬. ହଳଦୀ ଗଛର ମୂଳରେ ମାଟିକୁ ଉଖାରିବା ପାଇଁ ବ୍ୟବହୃତ ଏକପ୍ରକାର ସରୁଆ କୋଡ଼ି —୬. A narrow spade used in loosening the soil near the root of turmeric plants.

ଅନୁବାଦ[ସମ୍ପାଦନା]

୭. (କର୍ଣ୍ଣର) ମୂଳଭାଗ; କାନମୁଣ୍ଡା — ୭, The root (of the ear) .
୮. ବେକ ମୁଣ୍ଡା; ବେକର ମୁଳଭାଗ —୮. The nape (of the neck)

ଅନୁବାଦ[ସମ୍ପାଦନା]

୯. ଚେକ୍ ରସିଦ ଆଦିର ଶେଷ ଅଂଶ ଚିରା ହୋଇଗଲା ପରେ ମୂଳର ଯେଉଁ ଅଂଶଖଣ୍ଡି ରହିଥାଏ — ୯. Counterfoil (of duplicate receipts etc)

ଅନୁବାଦ[ସମ୍ପାଦନା]

୧. (ହିଡ଼ର) ଉପରିଭାଗ —୧୦. The top (of a ridge)

(ଉ—ପୁଅକୁ ଶ୍ୱାଇଲି ହିଡ଼ମୁଣ୍ଡାରେ ଜନ୍ଦା କାମୁଡ଼ିଲା କାନ ମୁଣ୍ଡାରେ—ଶିଶୁ ବଚନ)

ଅନୁବାଦ[ସମ୍ପାଦନା]

୧୧. ଗହୀର ଜମି; ଯେଉଁ ଜମି ଗହୀରର (ସୁବିସ୍ତୀର୍ଣ୍ଣ କ୍ଷେତ୍ରମାନଙ୍କର) ମଝିରେ ଥାଏ —୧୧. Land situated in the middle of a vast plain.
୧୨. (ପାନବରଜୀ)—ପାନ ବରଜର ଗଛମାନ ଯେଉଁ ବାଗରେ ଲଗାଯାଇ ତାଏ, ସେହି ବାଗର ବଡ଼ ଦୁଇ ପାଖ [ଦ୍ରଷ୍ଟବ୍ୟ —ଆର ଦୁଇ ପାଖକୁ'ବାହାଲ, କହନ୍ତି] ୧୨. The tow sides or wings of a row of betel leaf plants in a Baraja.
୧୩. ଲଙ୍ଗଳର ଯେଉଁ ଚଟକା କାଠର ଅଂଶର ମଝିର ଲଙ୍ଗଳ ଲୁହା ଗଳା ଯାଇଥଆଏ —୧୩. The wooden blade of a plough into which the ploughshare is thurst.
୧୪. ଲଙ୍ଗଳ ଗଢ଼ା ହେବା ପାଇଁ କାଠର ଗଣ୍ଡିରୁ କଟା ହେବା କାଠ ଖଣ୍ଡ — ୧୪. An unworked or rough block of wood from which a plough is made.
୧୫. ବାଉଁସ, କଦଳି ଆଦି ବୁଦାଳିଆ ଗଛର ବା ଚାଳରୁ ଏକ ବୁଦା — ୧୫. One group of a bushy tree or plant (as plantain, bamboo)

(ଯଥା—ମୁଁ ଏ ବରଷ ବଗିଚାରେ ୩ ମୁଣ୍ଡା କଦଳି ପକେଇଛି)

[ଦ୍ରଷ୍ଟବ୍ୟ — ଯେଉଁ ଗଛ ଓ ଗୁଳ ଆଦିର ମୁଳରେ ବଡ଼ ପିଣ୍ଡ ଥାଏ ସାଧାରଣତଃ ସେହି ଗଛର ସଂଖ୍ୟା ନିର୍ଦ୍ଦେଶାର୍ଥ 'ମୁଣ୍ଡା' ଶବ୍ଦ 'ଗୋଟା' ଅର୍ଥରେ ବ୍ୟବହୃତ ହୁଏ; ଯଥା—୩ ମୁଣ୍ଡା କଦଳି ଗଛ;-୪ -ମୁଣ୍ଡା-ବାଉଁସ;-୫-ମୁଣ୍ଡା-ସାରୁ-ଗଛ;-୧୨: ମୁଣ୍ଡା

ହଳଦୀ ଗଛ) 

ପ୍ରାଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ସମ୍ୱଲପୁର)— ପାହାଡ଼ରୁ ଗଡ଼ିସିଆ ବର୍ଷା ପାଣିକୁ ପାଖରେ ଅଡ଼ି ବା ବନ୍ଧ ଦେଇ ଜମାଇ ରଖାଯିବା ଜଳାଶୟ, ଯହିଁରୁ କ୍ଷେତକୁ ପାଣି ମଡ଼ାଯାଏ —୧. A tank formed by restraining rain water coming down a hill, by constructing a dam, which is utilised for irrigating fields.

[ଦ୍ରଷ୍ଟବ୍ୟ —ବୃହଦାକାର 'ମୁଣ୍ଡା'କୁ 'କଟା' ବୋଲାଯାଏ ଚାରିଆଡ଼େ ବନ୍ଧ ଦିଆଯାଇଥିବା ଜଳାଶୟକୁ 'ବନ୍ଧ'ବୋଲାଯାଏ]

୨. (ପୁରୀ ଜଲ୍ଲା)—ଖୁରୁଡ଼ ଓ ପାଣିଚି ନଡ଼ିଆ ପ୍ରଭୃତି ଛଡାଇବା ପାଇଁ ବ୍ୟବହୃତ ଏକପ୍ରକାର ଲମ୍ୱ ମୁନିଆ ଶସ୍ତ୍ର (ଦ୍ର—ଏହା ଗୋଟିଏ ମୋଟ ଖୁଣ୍ଟିରେ ତେରଛା ହୋଇ ମରା ହୋଇଥାଏ ନଡ଼ିଆରୁ ବତା ଛଡ଼ାଇଲାବେଳେ ଏ ଖୁଣ୍ଟିକୁ ଭୂମିରେ ପୋତି ସେହି ତେରଛା ମୁନହାର ନଡ଼ିଆର ବତାକୁ ଭେଦକରି ତାଡ଼ିଦେଲେ ନଡ଼ିଆରୁ କତା ଛାଡ଼ିଯାଏ) ୨. A kind of pointed implement used to peel off the rind of a cocoanut.

ଅନୁବାଦ[ସମ୍ପାଦନା]

୩. (ଗଡ଼ଜାତ)—ଅକାର୍ଯ୍ୟ ଜାତିବିଶେଷ — ୩. An aboriginal tribe.

(ଦ୍ର— ଏମାନେ ଉତ୍କଳର ସମ୍ୱଲପୁର ଓ ଗଡ଼ଜାତ ଅଞ୍ଚଳରେ ଏବଂ ବିହାରରେ ଓ ଭାରତରେ ଅନ୍ୟ କେତେକ ପାର୍ବତ୍ୟ ଅଞ୍ଚଳରେ ବାସ କରନ୍ତି)

ଅନୁବାଦ[ସମ୍ପାଦନା]

୪. (ଗଡ଼ଜାତ) ମୁଣ୍ଡାମାନଙ୍କ କଥିତ ଅନାର୍ଯ୍ୟ ଭାଷା ବିଶେଷ —୪. A language of the aborigines called Muṇḍā inhabiting the Oriya states.
୫. (ସିଂହଭୂମି) ଗ୍ରାମର ପ୍ରଧାନ ପୁରୁଷ; ପଧାନ; କାହ୍ଲମାନଙ୍କ ସର୍ଦ୍ଦାର —୫. The head man of a village; a village headman amongst the Kols.
୬. (ଗଡ଼ଜାତ)—ଧାନ ଗଛର ରୋଗ ବିଶେଷ. — ୬. A disease affecting paddy plants.

[ଦ୍ରଷ୍ଟବ୍ୟ —ଏଥିରେ ଧାନ ଗଛର ଚେର ଭୂମି ଭିତରକୁ ମାଡ଼େ ନାହିଁ; କିମ୍ୱା ଧାନ ଗଛର ଉପର ଅଂଶ ରକୁଆଁ ଦିଏ ନାହିଁ, କି ବଢ଼େ ନାହିଁ]

୭. (ବାଲେଶ୍ୱର)—ଗୁଡ଼ି କାଗଜ ଦେହରେ ଉପରୁ ତଳକୁ ଲଗା ହୋଇଥିବା କାଠି ବା ବାଉଁଶ ପାତିଆ — ୭. The rib of a paper kite.
୮. (ବାମଣ୍ଡା)—ଶାରଦ ଜମି —୮. Land fit for Ṡārada cultivation.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଦନ୍ଥରା; ଦାଢ଼ ନଥିବା (ଅସ୍ତ୍ର) —୧. Blunt; dull (weapon)

ଅନୁବାଦ[ସମ୍ପାଦନା]

୨. (ପୁଂ) ଯାହାର ସ୍ତ୍ରୀ ଓ ସନ୍ତାନାଦି ମରି ଅଛନ୍ତି — ୨. A person who has lost his wife and children.

ଅନୁବାଦ[ସମ୍ପାଦନା]

୩. (ସଂସ୍କୃତ - ମୂଢ଼; ପୁଂ)— ନିର୍ବୁଦ୍ଧିଆ; ସ୍ଥୂଳବୁଦ୍ଧି —୩. Dunce dull.

ଅନୁବାଦ[ସମ୍ପାଦନା]

(ମୁଣ୍ଡେଇ, ମୁଣ୍ଡୀ—ସ୍ତ୍ରୀ) 
୪. (ପୁଂ) ମୁଣ୍ଡ ଯୁକ୍ତ (ଅନ୍ୟଶଦ୍ଦ ସଙ୍ଗେ ବ୍ୟବହୃତ;ଯଥା; ମନି ମୁଣ୍ଡା; ଉକୁଣି ମୁଣ୍ଡା) —୪. (Used with other words in a compound)— Headed (as in dirty-headed)