ପାଲା
ପାଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
=== ଦେଶଜ - ବି(ସଂସ୍କୃତ - ପଞ୍ଚାଳୀ ବା ପର୍ଯାୟ; ସଂସ୍କୃତ - ପାଳି=ଓଡ଼ିଆ ପାଳି=ବଙ୍ଗାଳୀ - ପାଲା=ପର୍ଯ୍ୟାୟ ବା କ୍ରମ) —.
- ୧. ୧୪: ଅକ୍ଷରିଆ ପଞ୍ଚାଳି ଛାନ୍ଦର ବଙ୍ଗଳା ପାଁଚାଲି ଗୀତ ଅନୁକରଣରେ ରଚିତ ଦେବତାଙ୍କର (ବିଶେଷତଃ ସତ୍ୟପୀର ବା ସତ୍ୟନାରାୟଣ ଗୋସାଇଁଙ୍କର ମାହାତ୍ମ୍ୟ ବର୍ଣ୍ଣନାତ୍ମକ ଧର୍ମ ସଙ୍ଗୀତ (ସାଧାରଣତଃ ଏହାକୁ ପୂଜା ବୋଲାଯାଏ) —Religious song composed in lines of ୧୪ letters dealing with Mythological lore (and especially of Satya Narayana) corresponding to the old mystery plays of Europe.
[ଦ୍ରଷ୍ଟବ୍ୟ —ପାଲା ଆମଦେଶକୁ ବଙ୍ଗ ଦେଶରୁ ଆସିଅଛି ଏହା ବଙ୍ଗୀୟ କବି 'କବିକର୍ଣ୍ଣ'ଙ୍କର ରଚିତ ୧୪: ଅକ୍ଷରିଆ ଛନ୍ଦ ମୁସଲ— ମାନଙ୍କର ପୂଜ୍ୟ ' ପୀର'ଙ୍କୁ ହିନ୍ଦୁମାନେ 'ସତ୍ୟପୀର' ବା ସୁନ୍ଦପୁରାଣୋକ୍ତ 'ସତ୍ୟନାରାୟଣ ରୂପରେ କଳ୍ପନା କରି ଶିରିଣୀ (ଏହା ପ୍ରକୃତରେ ବୁନ୍ଦିଆ କିନ୍ତୁ ଆମ୍ଭେମାନେ ତାକୁ ସୁନ୍ଦପୁଣାକ୍ତୋ ପାଚିଲା କଦଳୀ— ଚକଟା କରିଅଛି) ଭୋଗ ଲଗାଇ ଇପ୍ସିତ ଫଳ (ଯଥା—ଧନଲାଭ ସନ୍ତାନ ଲାଭ, ମକଦମା ଡ଼ିକ୍ରି ବେପାରରେ ଉନ୍ନତି, ଚାକିରିଲାଭ ଇତ୍ୟାଦି) ମନାସନ୍ତି ଓ ଫଳ ଘଟିଲେ ସତ୍ୟପୀରଙ୍କୁ ଏକ ପାଲା, ଚାରି ପାଲା, ଆଠ ପାଲା ବା ଷୋଳ ପାଲା ମନାସନ୍ତିପାଲା ସବୁ ପ୍ରାଚୀନ ବଙ୍ଳା ଭାଷାରେ ରଚିତ ଭଙ୍ଗଳାଭାଷା ନଭିଜ୍ଞ ଓଡ଼ିଆମାନଙ୍କ ପାଟିରେ ମୌଳିକ ବଙ୍ଗରଚନାଯାକ ବିକୃତ ହେଇ ଉଚ୍ଚାରିତ ହୁଏ ପାଲାରେ ସତ୍ୟପୀରଙ୍କ କରାମତ୍, ବିଷୟକ ଘଟନାମାନ ବର୍ଣ୍ଣିତ ଥାଏ, (ଯଥା ବିପଦରୁ ଉଦ୍ଧାର ପାଇବା ରାଜ୍ୟ ଲାଭ ଡ଼କାଏତଙ୍କ ମୁହଁରୁ ବର୍ତ୍ତିବା ପୁତ୍ରଲାଭ ଧନଲାଭ ଆଦି ହହେବା, ସତ୍ୟପୀରଙ୍କୁ ନ ମାନିବା ଲୋକର ଅନିଷ୍ଟ ଘଟିବା) କେତେକ ପାଲାର ନାମ—ଜନ୍ମପାଲା କାଠୁରିଆ, ମର୍ଦ୍ଦଗାଜୀ, ରତ୍ନାକର, ବିଦ୍ୟାଧର, ବିଭା, ମନୋହର ଫାସିଆର, ସଉଦାର ପାଲା
ଗୋଟିଏ ଆସନ (ପୀଢ଼ା ବା ଚଉକୀ) ମଝିରେ 'ସତ୍ୟନାରାୟଣ' ବା ଟ ସତ୍ୟପୀରଙ୍କୁ ସ୍ଥାପନା କରି ଓ ଚାରିପାଖରେ ଚାରିଦେବତା (ଗଣେଶଷଶିବ, ସୂର୍ଯ୍ୟ, ଦୁର୍ଗା)ଙ୍କୁ ସ୍ଥାପନା କରି ଚାରି ଦେବତାଙ୍କୁ 'ମୁକାମ' ବା ଭୋଗ ସ୍ୱରୂପ ଚାରି ଜାଗାରେ ଅଳ୍ପ ଅଳ୍ପ ଭୋଗ ବଢ଼ା— ଯାଏ ଓ ମଝିରେ ଥିବା ନାରାୟଣ ବା ସତ୍ୟପୀରଙ୍କ ପାଇଁ 'ଶିରିଣୀ' ଭୋଗ ବଢ଼ାଯାଇ ହିନ୍ଦୁ ଶାସ୍ତ୍ରବହିତ ମନ୍ତ୍ରଦ୍ୱାରା ଭୋଗ କରି ସାରିଲା ପରେ ପାଲା ବୋଲାଯାଏ ପୋଥିରୁ ପଢ଼ି ପାଲା ବୋଲିଲେ ତାକୁ 'ପୋଥିପୂଜା' 'ପୋଥିପାଲା' ବୋଲାଯାଏ ଓ ନୃତ୍ୟ ବାଦ୍ୟାଦିସହ ପାଲା ବୋଲିଲେ ତାକୁ 'ଠିଆପାଲା' ବା 'ଠିଆ' ପୂଜା ବୋଲାଯାଏ ଯେଉଁମାନେ ପାଲା ବୋଲାନ୍ତି ବା ନାଚନ୍ତି ତାଙ୍କି 'ପାଲାବାଲା' ବା ପୂଜାବାଲା ବୋଲାଯାଏ ମଧ୍ୟେ ମଧ୍ୟେ ପ୍ରସଙ୍ଗ କ୍ରମେ ଚଉପଦୀ ଡହିକା ଛାନ୍ଦ ଓ ଗୀତ ଆଦି ମଧ୍ୟ ପାଲା ବାଲା ସମୟରେ ପାଲା— ବାଲାମାନେ ଲଗାନ୍ତି ପାଲାବାଲାଙ୍କ ଏକାଧିକ ଦଳପାଲା ବୋଲାରେ ପ୍ରତିଯୋଗିତା ଦେଖାଇ ଆପଣା ଆପଣା ବିଦ୍ୟା ପରଖ କରିଥାନ୍ତି, ଏହାକୁ 'ଯାଉଁଳିପାଲା' ବା 'ଲଢ଼େଇ ପାଲା' ବା 'ବାଦୀପାଲା' ବୋଲାଯାଏ ପାଲାବାଲାଙ୍କ ଦଳର ନେତାକୁ 'ଗାୟକ' ବୋଲାଯାଏ ଗାୟକ ଡ଼ାହାଣ ହାତରେ ଗିନି ଧରି ଓ କାଖରେ ଚଅଁର ଜାକି
ପାଲାର ପଦମାନ ବୋଲେ ଓ ତାହାର ସଙ୍ଗୀମାନେ ପାଳି ଧରନ୍ତି, ଅର୍ଥାତ୍ ଗାୟକ ବୋଲିବା ପଦକୁ ପୁନରାବୃତ୍ତି କରନ୍ତି ଏମାନଙ୍କୁ 'ପାଳିଆ' ବୋଲାଯାଏ ଗାୟକ ସଙ୍ଗେ ଯେଉଁ ଲୋକ ମୃଦଙ୍ଗ ବଜାଏ ତାକୁ ବାୟକ କହନ୍ତି ଗାୟକ ଗୀତ ବୋଲେ ଓ ତା ସଙ୍ଗେ ବାୟକ ବାଦ୍ୟ ବଜାଏ 'ଶିରପାଳିଆ' ବା ଡାହାଣ ପାଳିଆ ଗାୟକକୁ ଗୀତବୋଲାରେ ସାହାଯ୍ୟ କରୁଥାଏ ଆଉ ଦୁଇ ତିନି ଜଣ ପାଳି ଧରିବା ଲୋକ ଝାଞ୍ଜ ବଜାଇ ଗାୟକର ଗୀତର ପାଳି ବା ଘୋଷାକୁ ଆବୃତ୍ତି କରାନ୍ତି ଏମାନେ 'ପାଳିଆ' ପୂଜାଦଳ ନାନା— ପ୍ରକାର ଭଙ୍ଗୀ ଓ ଅଳଙ୍କାରରେ ରଚିତ ମେଷ ଯୁଦ୍ଧ ସିଂହାବଲୋଚନ, ବ୍ୟାଘ୍ରଗତି, ମଣ୍ଡୁକପ୍ଳିତ,ଯମକ, ଛାନ୍ଦ, ଗୀତ, ଶ୍ଳୋକ, ଚଉପଦୀ, ଢ଼ଗମାଳୀ ଆଦି ବୋଲନ୍ତି ଲଢ଼େଇ ପାଲାରେ ବିପକ୍ଷଦଳମାନେ ବ୍ୟଙ୍ଗେକ୍ତି ଓ ପରିହାସୋକ୍ତି ସୂଚକ ଗୀତ ଓ 'ଦାୟିକା'ବା 'ଡ଼ାଏକା' ବୋଲାବୋଲି ହୋଇ କାଳ୍ପନିକ ଚଅଁର ଡ଼ିହ ମରାମରି ହୁଅନ୍ତି ଠିଆ ପାଲା କରିବା ପାଲାବାଲାମାନେ ନାନାପ୍ରକାର ବେଶରେ ସଜ୍ଜିତ ହେଇ ଥାଆନ୍ତି ଏମାନଙ୍କ ମଧ୍ୟରୁ ଜଣେ ଜଣେ ଖୁବ୍ ପାଣ୍ଡିତ୍ୟ ଓ ଆଶୁ ରଚନା ଶକ୍ତି ଦେଖାଇ ଦର୍ଶକମାନଙ୍କୁ ମୋହିତ କରନ୍ତି.
- ୨. ଧର୍ମ ସଙ୍ଗୀତ ସହ ନୃତ୍ୟ ଗୀତାଦି —୨. Religious songs accompanied with music and dance.
- ୩. ସତ୍ୟପୀର ବା ସତ୍ୟନାରାୟଣଦେବଙ୍କ ପୂଜା — ୩. The ceremony of worshipping Satyanārāyaṇa Deity.
- ୪. (ଲକ୍ଷଣାର୍ଥ) ଉଚ୍ଚୈଃଶ୍ୱରରେ କଳି କଜିଆ — ୪. (figurative) Loud quarrelling.