Jump to content

ରଖିବା

ଉଇକିଅଭିଧାନ‌ରୁ

ରଖିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

[ରଖା (ଖେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରି.—(ସଂସ୍କୃତ - ରକ୍ଷ ଧାତୁ; ସଂସ୍କୃତ - ରକ୍ଷଣ ପ୍ରାକ୍ଖରଣ)

[ସମ୍ପାଦନା]
୧. ବିପଦରୁ ରକ୍ଷା କରିବା; ବିପଦରେ ପଡ଼ିବାକୁ ନ ଛାଡ଼ିବା —୧. To protect a person from danger.

[ଉ—ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁକି ପ୍ରାଣ କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଚ. ଗୀତ]

୨. ଉପସ୍ଥିତି ବିପଦରୁ ମୁକ୍ତ କରାଇବା; ଉଦ୍ଧାର କରିବା —୨. To deliver from danger; to free a person from danger.
୩. (ଶାରି ଶୁଆ ଆଦି ଜୀବଙ୍କୁ) ପାଳନ କରିବା; ପାଳିବା; ପୋଷିବା —୩. To keep; to domesticate.
୪. ନିଜର ସେବାର୍ଥ କୌଣସି ବ୍ୟକ୍ତିକୁ କରିବା; କୌଣସି ବ୍ୟକ୍ତିକୁ ଭୃତ୍ୟରୂପେ ନିଯୁକ୍ତ କରିବା; ଚାକିରି ରଖିବା —୪. To take a person into service; to engage a person as a servant; to retain a person in service.

[ଉ—ପଇସ ଦେଇ ମୁଁ ରଖିଲି ଦାସୀ, ସେ ହେଲା ସାଆନ୍ତାଣୀ ମୁଁ ହେଲି ବାସୀ ଢଗ]

୫. ଜୀଆଇଁ ରଖିବା; ମାରି ନ ପକାଇବା; ବଞ୍ଚାଇବା —୫. To cause to live.

[ଉ— କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ, ଚିରାୟୁ ରଖିଲା ଜରତୀରେ କବିସୂର୍ଯ୍ୟ କିଶୋରୀ ଚମ୍ପୂ କି. ଗୀତ]

୬. ମୃତ୍ୟୁ ଖରୁ ରକ୍ଷା କରିବା —୬. To save one's life.

[ଉ—ରଖେ ହରି ମାରେ କିଏ? ମାରେ ହରି ରଖେ କିଏ?—ଢଗ]

୭. (ପୁରୁଷ ପକ୍ଷରେ) କୌଣସି ସ୍ତ୍ରୀକୁ ବିବାହ ନ କରି ସ୍ତ୍ରୀରୂପେ ବ୍ୟବାହାର କରିବା —୭. To keep or entertain a concubine or a mistress.
୮. (ସ୍ତ୍ରୀ ପକ୍ଷରେ) କୌଣସି ପୁରୁଷକୁ ବିବାହ ନ କରି ଆପଣାର ସ୍ୱାମୀରୂପେ ପାଖରେ ରଖାଇବା — ୮. To keep a man as one's paramour.
୯. ଜଗିବା —୯. To guard; to keep watch.

[ଉ—ବିବିଧ ବିରୂପାସୁରୀ, ଯାହା ଦେଖି ଭୟ କରି, ସେମାନେ ଏବେ ଅଛନ୍ତି ରଖିରେ ବିଶ୍ୱନାଥ. ବିଚିତ୍ର ରାମାୟଣ]

୧. (ଆଦେଶ) ପାଳନ କରିବା —୧୦. To obey or carry out (an order).
୧୧. (କୌଣସି ବ୍ୟକ୍ତିର ଅନୁରୋଧ) ଅନୁସାରେ କାର୍ଯ୍ୟ କରିବା; କଥା ରଖିବା —୧୧. To act according to (a person's request.)
୧୨. ନିଜ କୃତ ପ୍ରତିଜ୍ଞା ବା ସତ୍ୟ ବା ପ୍ରତିଶ୍ରୁତି ପାଳନ କରିବା; ସତ୍ୟ ପାଳିବା —୧୨. To keep one's promise.
୧୩. (ଅନ୍ତଃକରଣରେ କପଟ, କ୍ରୋଧ, ଆଶା ଆଦିକୁ) ପୋଷଣ କରିବା; ସ୍ଥାନ ଦେବା —୧୩. To entertain (certain feelings in the mind).

[ଉ—ଚମତ୍କାର କଥା ଦେଖି ପେଟରେ କପଟ ରଖି କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ ଗୀତ]

୧୪. ଅନ୍ୟ ବ୍ୟକ୍ତିର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତାହାକୁ ପ୍ରସନ୍ନ କରାଇବା —୧୪. To keep a person in good humour; to humour a person; to please a person by following his desires.
୧୫. (କୌଣସି କଥାକୁ) ନ ଭୃଲିବା; ସ୍ମୃତିରେ ଚିରସ୍ଥାୟୀରୂପେ ସ୍ଥାନ ଦେବା —୧୫. To remember; not to forget.

[ଉ—ଗୋଳିଆ ନ ରଖି କହ ଚନ୍ଦ୍ରମୁଖୀ କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ ଗୀତ]

୧୬. ଅଟକାଇବା; ରୋଧ କରିବା; ସମ୍ଭାଳିବା — ୧୬. To check; to restrain; to stop.

(ଯଥା— ସେ ରାଗିଲେ ତାକକୁ ରଖେ କିଏ?)

୧୭. ସ୍ଥାପନ କରିବା; ଉପସ୍ଥାପିତ କରିବା; ଥୋଇବା —୧୭. To place.

[ଉ—ଘୃତ ଘଟକୁ ଶିଖି ଶାଖା ପାଖରେ ରଖି— କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ]

୧୮. ଜିମା ଦେବା ଡିପାଜିଟ୍ କରିବା; ଅନ୍ୟର ନିକଟରେ ଗଚ୍ଛିତ ରଖିବା — ୧୮. To entrust; to keep in another's custody.

[ଯଥା—ସେ ବାଙ୍କରେ ଟଙ୍କା ରଖିଅଛନ୍ତି]

୧୯. ନଖ କେଶ ଆଦି ନ କାଟି ତାହା ବଢ଼ିବାକୁ ଛା଼ଡ଼ିଦେବା; ବଢ଼ାଇବା —୧୯. To let a thing grow.

[ଉ—ନଖ ବାଳ ରଖି ଭାଲୁଏ ଏ କେତେ ଯୋଗୀ ହେଲେଣି? ଢଗ]

୨. ସଞ୍ଚୟ କରିବା; ଜମା କରିବା —୨୦. To store up; to hoard; to amass.

[ଯଥା—ଧନ ରଖିବା]

୨୧. ଗ୍ରହଣ କରିବା —୨୧. To accept.

[ଯଥା—ସେ ମୋଠାରୁ ବଇନା ରଖିଛି]

୨୨. ନିଃଶେଷ ନ କରିବା — ୨୨. Not to exhaust a thing.

[ଯଥା— ତିଅଣରେ ପାଣି ରଖିବା]

୨୩. ବାଟ ବା ନିର୍ଗମନ ପଥ ଛାଡ଼ିଦେବା —୨୩. To leave (an opening or outlet.)

[ଊ—ଯେ ଗାଣ୍ଡିମଣା ପିନ୍ଧେ ସେ ପରିସ୍ରା କରିବାକୁ ବାଟ ରଖେ ଢଗ]

୨୪. ନେଇଥିବା ବସ୍ତୁକୁ ବାପସ୍ ନ ଦେବା —୨୪. To retain; not to re-turn a thing taken.
୨୫. ନଷ୍ଟ ହେବାକୁ ନ ଛାଡ଼ିବା —୨୫. To maintain in fact.
୨୬. ଜିମା
ନେବା —୨୬. To take into custody; to keep under one's custody.

୨୭. ଆପଣାର ଅଧିକାରକୁ ନେବା —୨୭. To take under one's control.
୨୮. ବନ୍ଧକ ନେବା —୨୮. To take as a pledge.
୨୯. ଧନ ବଳାଇ କରି ରଖିବା —୨୯. To save (money).
୩. ଜମି ବା ଜୋତ ଆଦିକୁ ପ୍ରଜାଙ୍କୁ ଓ ଘରକୁ ଭଡ଼ାଦାରଙ୍କୁ ଲଗାଇବା —୩୦. To let-out (a land or house) to tenants.
୩୧. ଗଡ଼ାଇବା; ମୁଲତବି କରିବା —୩୧. To adjourn; to defer.
୩୨. ଛାଡ଼ି ଦେଇ ଯିବା —୩୨. To leave.

(ଉ—ଷଣ୍ଢ ପଛେ ପଛେ ଧାଇଁ ଶୃଗାଳ, କଥା ରଖିଗଲା ଅପାର କାଳ—ଢଗ)

[ଦ୍ରଷ୍ଟବ୍ୟ —ରଖିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ନେବା, ପକାଇବା, ଯିବା ଆଦି କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]

[ଦ୍ରଷ୍ଟବ୍ୟ ] ===