ଫାଟିବା
ଦେଖଣା
ଫାଟିବା
ଉଚ୍ଚାରଣ
[ସମ୍ପାଦନା][ଫଟା(ଟେ)ଇବା—ପ୍ରୟୋଜକ କ୍ରିୟା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଫାଟିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫାଟିବା
|
ଦେଶଜ - କ୍ରି. (ସଂସ୍କୃତ - ସ୍ଫଟ୍ ବା ସ୍ଫଟ୍ ଧାତୁ= ବିଦାରଣ)
[ସମ୍ପାଦନା]- ୧. ବିଦୀର୍ଣ୍ଣ ହେବା —୧. To be split up or cleft.
ଯେବେ ମୋହର ପେଟ ଗୋଟି ଫାଟିଯିବା କୃଷ୍ଣସିଂହ, ମହାଭାରତ, ବନ
- ୨. ଭାଙ୍ଗିଯିବା; ଦ୍ୱିଧା ବିଭକ୍ତ ହେବା — ୨. To break asunder; to be split asunder.
- ୩. ଚିରିଯିବା —୩. To be torn.
- ୪. (ଶୀତ କାଳରେ ଦେହ ଓ ଗୋଡ଼ର ଚମଡ଼ା) ବିଦୀର୍ଣ୍ଣ ହେବା —୪. To crack (said of the skin in winter).
- ୫. (ପାଦାଦି) ଥକିଯିବା; ଅବସନ୍ନ ହେବା — ୫. (legs) To be fatigued; to be over-tired.
ଫୁଲ୍ଲ ପଙ୍କଜ ମୃଦୁ ସୁନ୍ଦର ପାଦ ଫାଟୁ ଯେ ଥିବ ଲଭି ସଂଚାର ଖେଦ କବିସୂର୍ଯ୍ୟ. ସଙ୍ଗୀତ
- ୬. (ବ୍ରଣ ଘାଆ ଆଦି) ମେଲା ହୋଇଯିବା — ୬. To burst (said of boils)
- ୭. କମ୍ପିଯିବା —୭. To tremble.
ଗାଣ୍ଡିବ ଧନୁଙ୍କର ଗୁଣ ଗରଜନ ଶୁଣିଲେ ଫାଟିଯାଏ ଯୁଦ୍ଧ କଲା ସ୍ଥାନ କୃଷ୍ଣସିଂହ, ମହାଭାରତ, ବିରାଟ
- ୮. (ଦୁଇଜଣଙ୍କର ମନର ମେଳ) ଭାଙ୍ଗିଯିବା — ୮. To become alienated (said of two friends).
- ୯. (ଲକ୍ଷଣାର୍ଥ; ମନ)—ନିରୁତ୍ସାହ ହେବା ବା ଦୁଃଖିତ ହେବା — ୯. (fig) To be discouraged or dejected.
- ୧. (ଲକ୍ଷଣାର୍ଥ; କପାଳ) ମନ୍ଦଭାଗ୍ୟ ଯୁକ୍ତ ହେବା — ୧୦. (figurative; one's luck) To become bad.
ସଖି ! ଫାଟିଲା ମୋ କରମ ଜାଣିଲି ଭଲେ କବିସୂର୍ଯ୍ୟ, ସଙ୍ଗୀତ
(ଯଥା—ମୋ କପାଳ ଫାଟିଲା; ମୋ କର୍ମ ଫାଟିଲା; ମୋ ଭାଗ୍ୟ ଫାଟିଲା)