ଚରାଇବା
ଦେଖଣା
ଚରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଚରେଇବା— ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଚର୍ ଧାତୁ ଣିଜନ୍ତ— ଚାରି ଧାତୁ)
[ସମ୍ପାଦନା]- ୧. ଗୋରୁ ପ୍ରଭୃତି ପଶୁଙ୍କୁ ଚରିବାବେଳେ ଜଗିବା — ୧. To watch or tend cattle while grazing.
ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଚ—ଗୀତ
- ୨. ଗୋରୁ ପ୍ରଭୃତିଙ୍କର ଚରିବାର ସୁବିଧା କରିବା — ୨. To allow the cattle to graze.
- ୩. ଆତଜାତ କରାଇବା; ଚଳାଇବା — ୩. To look after; to take care; to attend to.
ଗଉଡ଼ ଗୋରୁ ଚରାଏ. ରଜା ମଣିଷ ଚରାନ୍ତି—ଢଗ
- ୪. ଚରିବାର ଣିଜନ୍ତି — ୪. The causative form of Charibā.
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ବଳି ଦିଆଯିବା ବୋଦାକୁ ବଳି ଦିଆଯିବା ପୂର୍ବରୁ ଦେବୀଙ୍କ ପ୍ରସାଦ ଖୁଆଇବା — To feed a victin (goat or sheep) with the offering of a Goddesbefore it is killed
[ ଦ୍ର— ଚରାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ]
ଚରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚିରେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଚିରବାର ଣିଜନ୍ତ ରୂପ) ଅନ୍ୟଦ୍ୱାରା ଫଡ଼ାଇବା — To cause a thing to be split up or torne up by another.