ମୁଦ୍ଗର

ଉଇକିଅଭିଧାନ‌ରୁ

ମୁଦ୍ଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଦ୍=ହର୍ଷ+ଗୃ ଧାତୁ=ବୃଦ୍ଧି କରିବା=କର୍ତ୍ତୃ+ଅ; ଏହା ଅଭ୍ୟାସ କଲେ ଶରୀରରେ ହର୍ଷ ବା ସମ୍ପତ୍ତି ବୃଦ୍ଧି ହୁଏ)[ସମ୍ପାଦନା]

୧. ଗଦାପରି ଅସ୍ତ୍ର ବିଶେଷ; ମୁଗୁର; ମୁଦୁଗର; ପ୍ରାଚୀନ ଭାରତରେ ଯୁଦ୍ଧାସ୍ତ୍ର ବିଶେଷ —୧. A mace; a weapon of offence of ancient India.

[ଦ୍ରଷ୍ଟବ୍ୟ —ଏହାର ଆକାର ଲମ୍ୱ ଓ ବର୍ତ୍ତଳ; ହାତରେ ଧରାଯିବା ଅଂଶ ସରୁ ଓ ଆଗପାଖ କ୍ରମଶଃ ମୋଟ ଏହାର ଅଗର ବ୍ୟାସ ୪ ଠାରୁ ୮ ଆଙ୍ଗୁଳ ମୂଳଦେଶ ବା ମୁଠା କୁଶ: ସ୍କନ୍ଧ ଦେଶ ସ୍ଥୂଳ; ଲମ୍ୱ ୧/?/ ହାତ ଠାରୁ ଦୁଇ ହାତ ପର୍ଯ୍ୟନ୍ତ ଖୁବ୍ ବଡ଼ ମୁଦ୍ଗରର ଗୁରୁତ୍ୱ ଅଷ୍ଟଭାର=୬୪: ତୋଳା=ପ୍ରାୟ ୧/?/ ମହଣ ଦୁଇଟି ମୁଦ୍ଗରକୁ ହାତର ଦୁଇ ମୁଠାଦ୍ୱାରା ଧରି ଏକ ସମୟରେ ଘୁରାଇବାକୁ ହୁଏ ଏବଂ ଏଥିରୁ ଗୋଟିକୁ ଧରି ଶତ୍ରୁ ଉପରେ ପ୍ରହାର ବା ନିକ୍ଷେପ କରିବାକୁ ହୁଏ]

୨. ମଲ୍ଲମାନେ ବ୍ୟାୟମ କରି ଘୂରାଇବା ନିମନ୍ତେ ବ୍ୟବହୃତ କାଠର ମୁଗୁର — ୨. Dumbbell.
୩. କାଠର ବଡ଼ ହାତୁଡ଼ି — ୩. Wooden mallet.
୪. କାଠମଲ୍ଲୀ; ମୂଗୁରା ମଲ୍ଲୀ —୪. A kind of scented double-petalled Jasmine; Jasmine Zambac.
୫. ମାଗୁର ମାଛ —୫. A kind of fish.
୬. ଟେଲାକୁ ବାଡ଼େଇ ଚୂନା କରିବା ପାଇଁ ବ୍ୟବହୃତ କାଠର ପିଟଣା — ୬. A mace like mallet for breaking clods of earth (Apte).
୭. ସୁଦନ୍ଧରାଜ ଫୁଲ ଗଛ; କର୍ମ୍ମର —୭. A kind of flower plant.

[ଦ୍ରଷ୍ଟବ୍ୟ —ଏଥିର ଅନ୍ୟ ସଂସ୍କୃତ - ନାମ. କର୍ମାର, ଗନ୍ଧସାର, ସପ୍ତପତ୍ର, ଅତିଗନ୍ଧ, ଗନ୍ଧରାଜ, ବିଟପ୍ରିୟ ଜନେଷ୍ଟ, ମୃଗେଷ୍ଟ— ବିଶ୍ୱକୋଷ]

୮. କରମଙ୍ଗା ଗଛ —୮. Averroehea Carambola (tree).