ଗଧ

ଉଇକିଅଭିଧାନ‌ରୁ

ଗଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଦ୍ଦଭ; ଗଦ୍ଦହ)[ସମ୍ପାଦନା]

ଖର; ଅଶ୍ୱଜାତୀୟ ନିକୃଷ୍ଟ ଭାରବାହୀ ପଶୁ (ଏମାନେ ନିର୍ବଦ୍ଧିଆ ଓ ମଠୁଆ କିନ୍ତୁ ପରିଶ୍ରମୀ, ଗୁରୁ ଭାର ବହିବାରେ ଅଭ୍ୟସ୍ତ) — Equns Assinus; Ass (proverbially idle, slow and stupid yet laborrious).

[ଦ୍ରଷ୍ଟବ୍ୟ —ଏମାନଙ୍କ ବୋବାଳି ଶଙ୍ଖ ବଜାଇବା ପରି ଶୁଭେ, ଲାଞ୍ଜ ଗୋରୁ ଲାଞ୍ଜ ପରି, କାନ ଲମ୍ୱା ଓ ଠିଆ, ଗଧର ଟାପୁ ଘୋଡ଼ା ଟାପୁ ପରି]

ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଗଧା (ଦେଖ) - Gadhā (See)

[ଦ୍ରଷ୍ଟବ୍ୟ —ଗଧ ଚନ୍ଦନ କାଠ ବୋଝ ବୋହିବା ନ୍ୟାୟ (ସଂସ୍କୃତ - ଯଥା— ଖରଶ୍ଚନ୍ଦନ ଭାରବାହୀ ଭାରସ୍ୟବେତ୍ତା ନ ହି ଚନ୍ଦନସ୍ୟ) ଯେପରି କାଠୁରିଆ ଜଙ୍ଗଲରୁ ଚନ୍ଦନ କାଠ କାଟି ଗଧ ଉପରେ ଲଦି ଆଣିବା ସମୟରେ ଗଧ ଉକ୍ତ କାଠର ବୋଝ ବା ଗୁରୁତା କଥା ଅବଶ୍ୟ ଅନୁଭବ କରେ, କିନ୍ତୁ ତାହା ବହୁମୂଲ୍ୟ ଚନ୍ଦନ କାଠ ବିଶେଷ୍ୟ - ସାଧାରଣ ଜାଳ କାଠ ତାହା ବୁଝି ନ ପାରେ, ସେହିପରି ଘଟନାରେ ଏ କଥାର ଉଲ୍ଲେଖ ହୁଏ]