ଝାଞ୍ଜି
ଦେଖଣା
ଝାଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ସଂ ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ୱା ଜର୍ଜର]
[ସମ୍ପାଦନା]- ୧. ଗରମ; ଉତ୍ତାପ; ତାତି; ସନ୍ତାପ —୧. Heat; excessive heat.
ଝଷଧ୍ୱଜ ପୀଡ଼ା ଝାଞ୍ଜି ତାତିରୁ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଝ ଗୀତ
- ୨. (ସଂସ୍କୃତ - ଜର୍ଜର=ଶୈବାଳ) ବୋରଝାଞ୍ଜି ନାମକ ଭାସମାନ ଦଳବିଶେଷ —୨. A kind of aquatic broad-and-thick-leaved plant floating on water.
[ ଦ୍ର—ଏଥିର ପତ୍ର ଗୋଲ, ଗୋଲାପଫୁଲର ପାଖୁଡ଼ାପରି; ଚେର ସରୁସରୁ, ଫୁଲ ନାହିଁ; ଏହା ପବନଦ୍ୱାରା ଜଳାଶୟର ଏପାଖ ସେପାଖକୁ ତଡ଼ି ହୋଇ ଯାଇ ଭାସୁଥାଏ]
- ୩. ଆତାପତାପିତ ବାୟୁ; ତପ୍ତ ବାୟୁ; ଲୁ; ତବତି — ୩. Hot waves of air; heat-waves.
(ଯଥା—ବୈଶାଖମାସ ଦୁଇପହରବେଳେ ଖୁବ୍ ଝାଞ୍ଜି ପିଟୁଚି)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅସହ୍ୟ ତାପଯୁକ୍ତ —୧. Unbearably hot.
- ୨. ଉତ୍ତପ୍ତ —୨. Heated.