ପେଟ

ଉଇକିଅଭିଧାନ‌ରୁ

ପେଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପିଟ ଧାତୁ=ସଂହତ ହେବା+ଅ, ଯହିଁରେ ପଦାର୍ଥ ସବୁ ସଂଗୃହୀତ ହେଇ ରକ୍ଷିତ ହୁଏ)[ସମ୍ପାଦନା]

୧. ପେଟରା — ୧. A box trunk with a moving lid.
୨. ପେଡ଼ା; ପେଡ଼ୀ — ୨. A basket with a removeable lid.
୩. ସମୂହ —୩. Multitude.
୪. ଜୀବିକା; ଉଦର ପୂରଣ —୪. Livelihood.
୫. ହସ୍ତର ବିଘତ୍; ଚାଖଣ୍ଡ —୫. the poen plam with the fingers extended.
୬. ଥଳି —୬. Bag.

ଦେଶଜ - ବିଶେଷ୍ୟ - (ପ୍ରା. ପୋଟ୍ର=ଉଦର,ତୁଳ. ମ.ପୋଟ, ପୋଡ଼,ସଂ ପେଟ=ଥଳି)[ସମ୍ପାଦନା]

୧. ଜଠର; ଉଦର — ୨. Belly; stomach.

ଚିର—ବଚାରୁ ପେଟ ହେବାକାଳେ ଶକଟ ହେଲାଟି ଯାହା ସେ ବିଲୋଳ ମୃଦୁ ନଥିଲା କିଛି ଜଣା ଏବେ ଯାଉଛି ଶୁଣା ତୁ ପୁଣି ଚୁଷ୍ଟି ତହିଁ ସ୍ତନେ ଲଦୁ— କବିସୂର୍ଯ୍ୟ. ସଙ୍ଗୀତ


[ଦ୍ରଷ୍ଟବ୍ୟ —ମନୁଷ୍ୟ ଦେହର ନାଭିର ଉପରିସ୍ଥ ଓ ଛାତିର ତଳ ଅଂଶକୁ ସାଧାରଣତଃ ପେଟ ବା ଉପର ପେଚ ଓ ନାଭିତଳର ଅଂଶକୁ ତଳି ପେଟ ବୋଲାଯାଏ ]

୨. ସ୍ତ୍ରୀର ଗର୍ଭ —୨. Womb.

ବହୁତ ଦେଲୁ ପୁତ୍ର କଷ୍ଟ ପୋଡ଼ୁ ନିର୍ଲଜ୍ଜ ମୋର ପେଟ—ଜଗନ୍ନାଥ. ଭାଗବତ]

[ଦ୍ରଷ୍ଟବ୍ୟ — ପେଟରେ ଉପର ଚମଡ଼ା, ପେଟର ଅନ୍ତର୍ଦେଶ, ସ୍ତ୍ରୀମାନଙ୍କ ଗର୍ଭ, ସ୍ଥୂଳୋଦର ଇତ୍ୟାଦି ଅର୍ଥରେ ଓ ଶବ୍ଦ ବ୍ୟବହୃତ ହୁଏ ]

୩. ଗର୍ଭାବସ୍ଥା —୩. Pregnancy.
୪. (ଲକ୍ଷଣାର୍ଥ) କୌଣସି ବସ୍ତୁର ମଧ୍ୟଭାଗ — ୪. The middle portion of a thing.

(ଯଥା—ଗହୀର ପେଟରେ ବହୁତ ପାଣି ଜମା ହୋଇଛି)

୫. ଅନ୍ତର୍ଭାଗ —୫. The interior of a thing.
୬. କୌଣସି ଗୋଲାକାର ବସ୍ତୁର ବୃତ୍ତ ମଧ୍ୟସ୍ଥ ପାଖ — ୬. The concave side of a circular thing.
୭. ମନ;ଅନ୍ତର; ହୃଦୟ; ମସ୍ତିସ୍କ — ୭. Mind; heart; brain.

ଚମତ୍କାର କଥା ଦେଖି ପେଟରେ କପଟ ରଖି ତୋତେ ନିକି ମ କହନ୍ତି ଘେନ ରେ—କବିସୂର୍ଯ୍ୟ. କିଶୋରୀଚମ୍ପୁ, ଗୀତ

୮. ପୋଲା ବସ୍ତୁର ଅନ୍ତର୍ଦେଶ — ୮. The inside of a hollow thing.
୯. ଜୀବିକା —୬. Livelihood.
୧. ବନ୍ଧୁକ ତୋପ ଆଦିର ଗର୍ଭ — ୧୦. The barrel of a gun or cannon.
୧୨. ପରିବାରରେ ପୋଷା ହେବା ବ୍ୟକ୍ତି — ୧୧. Member of a family.

(ଯଥା—ମୁଁ କଅଣ ୩ଟା ପେଟ ପୋଷି ପାରିବି ନାହିଁ ?)