Jump to content

ଝିଙ୍କିବା

ଉଇକିଅଭିଧାନ‌ରୁ

ଝିଙ୍କିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ)

[ସମ୍ପାଦନା]
୧. ବଳପୂର୍ବକ ଆକର୍ଷଣ କରିବା; ଓଟାରିବା; ଝାଙ୍କିବା —୧. To drag; to pull with a jerk; to haul.

ସଭା ମଧ୍ୟେ ଝିଙ୍କିଲା ମୋ ବସନ କୃଷ୍ଣସିଂହ. ମହାଭାରତ. ସଭା

୨. ରଜ୍ଜୁ ଆଦିକୁ ଟାଣିବା — ୨. To pull a rope; to tug.
୩. ବଳପୂର୍ବକ ଆକର୍ଷଣ କରିବା — ୩. To attract with force.

କେଉଁ ଯୁବତୀକି ନେଭ ନାହିଁ ଝିଙ୍କି ତା ନୟନ ଫାନ୍ଦ କବିସୂର୍ଯ୍ୟ. ସଙ୍ଗୀତ

୪. ଊଣା କରିବା — ୪. To lessen; to diminish.
୫. ପ୍ରହାର କରିବାପାଇଁ ଅସ୍ତ୍ରାଦିକୁ ବଳପୂର୍ବକ ଟାଣି ଆଣିବା — ୫. To draw out a weapon.

କାତି ଝିଙ୍କି ପଛେ ଛାତିରେ ପ୍ରହାର କବିସୂର୍ଯ୍ୟ, ସଙ୍ଗୀତ

୬. (ଲକ୍ଷଣାର୍ଥ) ଏକତ୍ର ସଂଗ୍ରହ କରିବାପାଇଁ ବଳପୂର୍ବକ ଓଟାରିବା —୬. (figurative) To pull down with force in order to gather.

ଝିଙ୍କି ଆଣି ଅଙ୍ଗେ କଲଣି ଜମା କବିସୂର୍ଯ୍ୟ. କିଶୋରୀଚମ୍ପୁ ଝ. ଗୀତ