ଅକ୍ଷାଂଶ

ଉଇକିଅଭିଧାନ‌ରୁ
(file)

ବିଶେଷ୍ୟ[ସମ୍ପାଦନା]

ବିଷୁବରେଖାର ଉତ୍ତର ଦକ୍ଷିଣରେ ପୂର୍ବ ପଶ୍ଚିମକୁ ୩୬୦° ସମାନ ଅଂଶରେ ବିଭକ୍ତ କରାଯାଏ; ସେହି ଏକ ଏକ ଅଂଶର ନାମ ଅକ୍ଷାଂଶ ‌।ଅକ୍ଷାଂଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଅକ୍ଷ+ଅଂଶ)[ସମ୍ପାଦନା]

(ଭୁଗୋଳ) ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୁରତ୍ୱର କୌଣସି ପରିମାଣ —The latitude of a place; the angular distance of a palce, north or south of the equator, measured on the meridian through the place.

ଦ୍ର—ଏହା ଯାମ୍ୟୋତ୍ତର ବୃତ୍ତ ବରାବର୍ (along. ଅନ୍ୟରୂପ) ମାପ କରାଯାଏ ସଂସ୍କୃତ ଭାଷାରେ ଏକବଚନାନ୍ତ 'ଅକ୍ଷାଂଶ' ଶବ୍ଦଦ୍ୱାରା ଭୁଗୋଳକର କୌଣସି ସ୍ଥାନର ଯାମ୍ୟୋତ୍ତର ବୃତ୍ତ (meridian)ର ୩୬: ଅଂଶରୁ ଏକ ଅଂଶ (a degree of latitude) ବୁଝାଯାଏ କୌଣସି ସ୍ଥାନର ଅକ୍ଷାଂଶ ବୁଝାଇବାକୁ ହେଲେ ବହୁବଚନାନ୍ତ 'ଅକ୍ଷାଂଶାଃ' ଶବ୍ଦ ସଂସ୍କୃତ ଭାଷାରେ ବ୍ୟବହୃତ ହୁଏ; କିନ୍ତୁ ଓଡ଼ିଆରେ ବହୁବଚନାନ୍ତ ଶବ୍ଦ ବ୍ୟବହୃତ ହୁଏ ନାହିଁ ଏହି ହେତୁରୁ ଅକ୍ଷାଂଶ କହିଲେ ଓଡ଼ିଆରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଅକ୍ଷାଂଶ ବୁଝାଯାଏ ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place) ଏହି ଦୁଇ ଗୋଟିକୁ ଗଣିତ ଶାସ୍ତ୍ରରେ ଇଂରାଜୀ ଭାଷାରେ Co-ordinatas (ଭୁଜକୋଟି) କବନ୍ତି ଭୁଗୋଳକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁହେଁ ଦରକାର ଏହି ଦୁହିଙ୍କୁ ମଧ୍ୟରେ ସମ୍ୱନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ୱାରା ଉକ୍ତ ସ୍ଥାନର ଅବସ୍ଥିତି ସମ୍ୱନ୍ଧେ କୌଣସି ନିର୍ଦ୍ଦିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ— ପ୍ରୋଫେସର ହରେକୃଷ୍ଣ ଦାସ]