ଆଲୋଚନା:ନାହାକ

Page contents not supported in other languages.
ଉଇକିଅଭିଧାନ‌ରୁ

ସଂଶୋଧନ ଆବଶ୍ୟକ[ସମ୍ପାଦନା]

 ଏହି ପୃଷ୍ଠାରେ ସଂଶୋଧନ ଆବଶ୍ୟକ ଅଟେ- ଉଇକିଅଭିଧାନ-ଶୈଳୀରେ ଲେଖାହେବା ଆବଶ୍ୟକ ଏବଂ ଉପଯୁକ୍ତ ଆଧାର ଆବଶ୍ୟକ ।

ନ୍ୟାୟକ(ନ୍ୟାୟଂ କରୋତି ଇତିଃ) ଏବେକାର ଅପଭ୍ରଂଶ ନାୟକ ପରେ ନାହାକ

== ଓଡ଼ିଆ ==
 
=== ଗ୍ରାମ୍ୟ - ବିଶେଷ୍ୟ - ପୁ. (ସଂସ୍କୃତ - ନାୟକ) ===
 
୧. ନାୟକ; ଉତ୍କଳର ଜ୍ୟୋତିଷ ; ଅବଧାନ(ଗୁରୁ) ଜାତି(ଚାରି ଜାତିର ଏମାନେ ଗୁରୁ) ; ଏମାନେ ହେଲେ ଶାକଦ୍ଵିପୀ ବ୍ରାହ୍ମଣ(ବ୍ରାହ୍ମଙ୍କ ମଧ୍ୟରେ ଶ୍ରେଷ୍ଠ)===
 
୨.
The brahmin astrologer caste of Orissa.
 
[ଦ୍ରଷ୍ଟବ୍ୟ — ଏମାନେ ଜ୍ୟୋତିଷ ଶାସ୍ତ୍ରର ଚର୍ଚ୍ଚା, କର୍ମକାଣ୍ଡ, ପୂଜାର୍ଚ୍ଚନା ଆଦି କରନ୍ତି।]
 
୩.
ମଗା ବ୍ରାହ୍ମଣ ଭୁୟିଷ୍ଠା ପୂର୍ବୋକ୍ତେଷୁ
ବ୍ରାହ୍ମଣେଷୁ ମଧ୍ୟେ ଶ୍ରେଷ୍ଠାଃ ।।(ବିଷ୍ଣୁପୁରାଣ ଟୀକା)

୪.
ଚତୁର୍ଣ୍ଣାମିହଂ ବର୍ଣ୍ଣାନାଂ ମୁକ୍ତାଂ ଭୋଜକା ମୁତ୍ତମଂ
ପୂଜିତେ ଭୋଜକେ ବୀର ଆଦିତ୍ୟ ପୂଜ୍ୟତେ ଭବତେ୍ ।।
(ଭବିଷ୍ୟ ପୁରାଣ ବ୍ରାହ୍ମପର୍ଵ)

୫.
 ନୈବେଦ୍ୟ ଭୁଞ୍ଜତେ ଯସ୍ମାଦ୍ ଭୋଜୟନ୍ତି ଚ ଭାସ୍କରଂ
ପୂଜୟନ୍ତି ଦେବାନାଂ ଦିବ୍ୟତ୍ୱ ତେନ ତେ ଭୋଜକାଃ ସ୍ମୃତାଃ।।(ଭବିଷ୍ୟ ପୁରାଣ)

୬.
ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ ।
ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପୀଦିହାନୟ ।।
(ଶାମ୍ବ ପୁରାଣ)

=== ଉପକଥା ===

ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଉପପୁରାଣ ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ । ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନେ ଅଭିଶାପ ଦେଲେ ।[୩] ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି ।

ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ । ଇଷ୍ଟ ମନ୍ତ୍ର ହେଉଛି- ""ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ । ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ । ଭାରତର ସାତଟି ସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ । ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ । ପ୍ରଭୁ ଆଦିତ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାନ୍ତେ ପ୍ରଭୁ ସୂର୍ଯ୍ୟଦେବ କହିଲେ, “ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତ ବର୍ଷରେ ନାହାନ୍ତି । ଏଣୁ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜା କଲେ ମୁଁ ସନ୍ତୋଷ ଲାଭ କରିବି I ଭବିଷ୍ୟ ପୁରାଣ:
ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ ।
ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପାଦିହାନୟ II
ତାହା ହିଁ ହେଲା । ଶାମ୍ବ ଶାକ ଦ୍ୱୀପରୁ ବ୍ରାହ୍ମଣ /ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତ ବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥା କରାଇଥିଲେ । ସେହିକାଳରୁ ଆମଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି ।

ନିଜେ ଦେବର୍ଷି ନାରଦ ଭୁବନ ଭାସ୍କର ସୂର୍ଯ୍ୟଦେବଙ୍କ ଅଭିଶାପରେ ଧବଳ କୁଷ୍ଠ ବ୍ୟାଧିରେ ଗ୍ରସ୍ତ ହୋଇଥିବା କଥା ରହିଛି । ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା- ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଂଶୁ, ତ୍ରିଲୋକ-ଲୋଚନ, ଦେବେଦେବେଶ, ଛାୟାରମଣ, ଦିନକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ, ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜାରାଧନା କରି ଧବଳ କୁଷ୍ଠ ମୁକ୍ତ ହୋଇଥିଲେ । ସେଥିପାଇଁ ଏ ଦଶମୀକୁ ଶାମ୍ବଦଶମୀ କୁହାଯାଏ । ଶାମ୍ବ ବାଲୁକାରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ । ବିବିଧ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶୋପଚାର ପୂଜା କରିଥିଲୋ ସେହି ସ୍ଥାନ ହିଁ ଆଜିର କୋଣାର୍କ ।

ସୂର୍ଯ୍ୟପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନା ଉଲ୍ଲେଖ ଅଛି ଦିଗ୍‌ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଟ୍ଟ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସଂପନ୍ନ କବି ଥିଲେ । ସେ କୁଷ୍ଠରୋଗାକ୍ରାନ୍ତ ହୋଇ ଶହେ ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ । ଭାଗବତ ଏକାଦଶ ସ୍କନ୍ଦରେ ଶାମ୍ବଙ୍କର ଲୌହମୂଷଳ ଧାରଣ ଓ ଯଦୁବଂଶ କଥା ରହିଛି । ତେଣୁ ତାଙ୍କ ନାମରେ ନାମିତ ଶାମ୍ବଦଶମୀ, ସୂର୍ଯ୍ୟପୂଜା । ସୂର୍ଯ୍ୟଙ୍କର ଏ କ୍ଷେତ୍ରରେ କୁମ୍ଭୀର ରୂପୀ ମହାଦୈତ୍ୟ ଅର୍କବଧ କରି କୋଣାର୍କ ସ୍ଥାପନ କରିଥିବା କଥା ମଧ୍ୟ ରହିଛି ।

ଯେଉଁ ସ୍ଥାନରେ କୃଷ୍ଣ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ନିମନ୍ତେ ତପଶ୍ଚରଣ କରିଥିଲେ ତାହା ମୈତ୍ରେୟବନ ନାମରେ ଖ୍ୟାତ । ସୂର୍ଯ୍ୟଙ୍କର ଅନ୍ୟ ନାମ ମିତ୍ର । ତାଙ୍କ ନାମାନୁସାରେ ଚନ୍ଦ୍ରଭାଗା ତୀରରୁ ଏକ ବ୍ୟାପକ ଅଞ୍ଚଳ ମୈତ୍ରେୟବନ ନାମରେ ଖ୍ୟାତ ।

ଗ୍ରହଜାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି – “ ଜାତଂ ସୂର୍ଯ୍ୟ କଳିଯେଂଷୁ ” । ଅର୍ଥାତ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ । କୋଣାର୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ସୂର୍ଯ୍ୟ ମନ୍ଦିର ଏବଂ ପୀଠ ତଥା ତୀର୍ଥକ୍ଷେତ୍ର ରହିଛି I ଏପରିକି ଖଣ୍ଡଗିରିରେ ଦ୍ୱିତୀୟ ଶତାବ୍ଦୀରେ ଅନନ୍ତ ଗୁମ୍ଫାରେ ଖୋଦିତ ସୂର୍ଯ୍ୟ ମୂର୍ତ୍ତି ସୂର୍ଯ୍ୟପୂଜାର ପ୍ରାଚୀନ ପ୍ରତୀକ । ଷଷ୍ଠ ଶତାବ୍ଦୀରେ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର , ନବମ ଶତାବ୍ଦୀର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ଚିନାରାୟଣ ମନ୍ଦିର ପ୍ରାଚୀନ ସୂର୍ଯ୍ୟପୂଜାର ପ୍ରତୀକ ଭାବେ ଦଣ୍ଡାୟମାନ ।