ଉଇକିଅଭିଧାନ:ଆଜିର ଶବ୍ଦ/ଫେବୃଆରୀ ୨୦୧୪
ଲଙ୍ଗଳ
ହଳ କରିବାର ଯନ୍ତ୍ର; ଭୂମି ଚଷିବାର ଲୌହମୁଖ ଯନ୍ତ୍ର ।
ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ
ଯଥା:
- ଲଙ୍ଗଳ = ଦୁଇ ଅଙ୍ଗଯୁକ୍ତ କାଷ୍ଠ
- ଈଷ = ଲାଙ୍ଗଳଦଣ୍ଡ
- ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ :
- (କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି
- (ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ।