କଇଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଥ
ଉଚ୍ଚାରଣ: Kaitha.
ସଂ. କପିତ୍ଥ; କପିପ୍ରିୟ; ଦନ୍ତଶଠ;

ପୁଷ୍ପଫଳ; ଦଧିତ୍ଥ; ଗ୍ରାହୀ; ଗନ୍ଧଫଳ;

ଚିରପାକୀ কএঘ; কতবেল; কএতবেল; কয়ঘ कएथा; कतबेल; कबिथ् ମ. କାବାଥ; କୈରଥ; କବିଠ

ଗୁ. କେଥା; କବିତ; କୋଣ୍ଟ

ତା. କଇସ୍ତ; ଭେଟା;

କଇର୍ତ୍ତ; ବିଟାମ

ତେ. ଏଲାକା; ବେଲଗା;

ୟେଲାଙ୍ଗା; କପିତ୍ର (କୀର୍ତ୍ତିକାର)

ଦେ. ବି. (ସଂ. କପିତ୍ଥ; ପ୍ରା. କଇତ୍ଥ) —

କପିତ୍ଥ ଫଳ ଓ ଗଛ —Wood-apple; Feronia Elephantum; elephant-apple.

[ଦ୍ର—ନାରଙ୍ଗାଦି ବର୍ଗର ଗ୍ରାମ୍ୟ ତରୁ— ବିଶେଷ; ଏଥିର ଡାଳରେ କଣ୍ଟା ଥାଏ ଫଳର ଉପରେ ଟାଣୁଆ ଖୋଳ ଥାଏ,ଫଳ ଶରତ୍କାଳରେ ପାଚେ, ଭିତରର ଶସ ଲହୁଣୀ ପରି ଓ ଚେରୁଆ, ପାଚିଲେ ସାମାନ୍ୟ ମିଠା ଓ ଖଟା ଲାଗେ ଅପକ୍ବ କଇଥ ଧାରକ, କଷାୟରସ; ଲଘୁ ଓ ଲେଖନ ଗୁଣ ଯୁକ୍ତ ପାଚିଲା କଇଥ ପିପାସା, ହିକ୍କା, ବାୟୁ ଓ ପିତ୍ତ ନାଶକ, ଏହା ଗୁରୁ,ଅଳ୍ପ କଷା, କଣ୍ଠ ଶୋଧକ,ଧାରକ ଓ ଦୁଷ୍ପାଚ୍ୟ]