କଉଡ଼ି ଖେଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଡ଼ି ଖେଳ
ଉଚ୍ଚାରଣ: Kauṟḍ̠i kheḻa
गवा

ଦେ. ବି. —

କଉଡ଼ି ଦ୍ବାରା ଖେଳା ହେବା ନାନାପ୍ରକାରର ଖେଳ —Indoor game played with marine shells.

[ଦ୍ର—ଏ ଖେଳ ସାଧାରଣତଃ ମାଇପେ ଓ ପିଲାଏ ଖେଳନ୍ତି ନାନାପ୍ରକାରର କଉଡ଼ି ଖେଳ ଅଛି, ଯଥା—କସିପାଞ୍ଜି ବା ପାଇଁଛେକ ( ୬: କଟ କଉଡ଼ିରେ ଖେଳାଯାଏ),ଚାରିଚଉକ ( ୪: କଟ), ଆଠପଚିଶ ( ୭: କଟ), ହାଡ଼ିହାଡ଼ିକା ( ୬: କଟ), ଟିପାଟିପି ( ୪: କଟ) କଉଡ଼ି ଖେଳରେ ୨: ବା ୪: ଜଣ ଖେଳାଳି ଖେଳନ୍ତି ଖେଳାଳିମାନେ କଉଡ଼ିତକ ମୁଠାରେ ମୁଠାଇ ତାହାପରେ ମୁଠାକୁ ଫିଟାଇ ଦେଇ କଉଡ଼ିତକ ଭୁଇଁରେ ପକାଇ ଦିଅନ୍ତି ଯେତେ କଟ କଉଡ଼ି ମୁହଁମାଡ଼ି (ମାଠ) ହୋଇ ଭୂଇଁରେ ପଡ଼େ କିମ୍ବା ପିଠିମାଡ଼ି (ଚିତି) ହୋଇ ପଡ଼େ ସେହି ଅନୁସାରେ ଦାନମାନଙ୍କର ଭିନ୍ନ ଭିନ୍ନ ନାମ ଅଛି, ଯଥା— ୧: କଟ କଉଡ଼ି ଚିତି ହେଲେ କସି ବା ଦଶ, ୨: କଟ ଚିତି ହେଲେ ଦୁଗା ବା ଲେଙ୍କା, ୩: କଟ ଚିତି ହେଲେ ତିନି, ୪: କଟ ଚିତି ହେଲେ ଚାରି ବା ଚାଆର; ୫: କଟ ଚିତି ହେଲେ ପାଞ୍ଚ ବା ପଚିଶ, ୬: ବା ୭: ୘ଟ ଚିତି ହେଲେ ବାର ବା ବାଆର; ୬: ବା ୭: କଟ ମାଠ ହେଲେ ଛକା ଦାନମାନଙ୍କ ଅନୁସାରେ ଖେଳାଳିମାନେ ନିଜ ନିଜର ସାରମାନଙ୍କୁ ଭୂଇଁରେ କଟା ହୋଇଥିବା ଘରାରେ ସେତିକି ଲେଖାଏଁ ଘର ଚଳାନ୍ତି]