କକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷ
ଉଚ୍ଚାରଣ: Kaksha

ସଂ. ବି. (କଷ୍ ଧାତୁ=ହିଂସା କରିବା+କରଣ. ସଂଜ୍ଞାର୍ଥ. ସ) —

୧: କାଖ; ବାହୁମୂଳ; ବାହୁ ଓ କଡ଼ର ସନ୍ଧି — ୧. Arm-pit.

୨: ପାର୍ଶ୍ବଭାଗ; କଡ଼ — ୨. Side; flank.

୩: କଛା; ବସ୍ତ୍ରପ୍ରାନ୍ତ; ବସ୍ତ୍ରାଞ୍ଚଳ — ୩. The end of a wearing cloth; skirts of a garment.

୪: କୋଠରି; ପ୍ରକୋଷ୍ଠ — ୪. Room; apartment.

୫: ରାଜାଙ୍କ ଉଆସ; ରାଜନ୍ତଃପୁର — ୫. Zenana; harem; female apartments of a king.

୬: ଗ୍ରହର ଭ୍ରମଣପଥ — ୬. The orbit of a planet.

୭: ପାପ —୭. Sin.

୮: ତୃଣ; ଘାସ —୮. Grass.

୯: ଶୁଷ୍କ ତୃଣ; ଶୁଖିଲା ଘାସ — ୯. Hay; dry grass.

୧: ବନ; ଜଙ୍ଗଲ —୧୦. Forest.

୧୧: ଲତା —୧୧. Creeper.

୧୨: କଟି; ଅଣ୍ଟା —୧୨. Waist.

୧୩: ଉତ୍ତରୀୟଂବସ୍ତ୍ରର ପଶ୍ଚାଦଭାଗ; ଅଞ୍ଚଳ — ୧୩. The end of an upper garment.

୧୪: ରୋଗବିଶେଷ —୧୪. A kind of disease.

[ଦ୍ର—ବାହୁପାର୍ଶ୍ବାଂଶକକ୍ଷାସୁ କୃଷ୍ଣ—ସ୍ଫୋଟାଂ ସବେଦନାଂ, ପିତ୍ତପ୍ରକୋପାତ୍ ସଂଭୁତାଂ କକ୍ଷାମିତି ବିନିର୍ଦ୍ଦିଶେତ୍]

୧୫: ସ୍ପର୍ଦ୍ଧାସ୍ପଦ; ପ୍ରତିୟୋଗୀ; ବିରୋଧୀ (ଯଥା—ସମକକ୍ଷ) ୧୫. Rival.