କଖାରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଖାରୁ
ଉଚ୍ଚାରଣ: Kakhāru
ସଂନାମ—କର୍କାରୁ,

କୁଷ୍ମାଣ୍ଡ, କାଶୀଫଳ খ়ড়কুযুড়া; মিঠা কুমড়া

বোইতাল कुम्हड़ा;कोँढ़ा

पीला कुम्हड़ा

ଦେ. ବି. (ସଂ. କର୍କାରୁ) —

ଲତାଜାତ ଖାଦ୍ୟ ଫଳବିଶେଷ; କୁଷ୍ମାଣ୍ଡ —Red pumpkin; ground; Cucurbita Maxima.

[ଦ୍ର—କଖାରୁ ଦୁଇ ପ୍ରକାର, ଯଥା— ( ୧: ) ବୋଇତିକଖାରୁ—ଏହା ଗୋଲାକାର; ପାଚିଲେ ହଳଦିଆ ଦିଶେ ( ୨: ) ପାଣିକଖାରୁ— ଏହା ମୃଦଙ୍ଗପରି ଲମ୍ବା ଓ ପାଚିଲେ ଧଳା ଦିଶେ ବୋଇତିକଖାରୁର କଅଁଳ ପତ୍ର, ଲତା, ଫୁଲ ଓ ଫଳକୁ ଲୋକେ ରାନ୍ଧିକରି ଖାଆନ୍ତି]

ପ୍ରାଦେ. (ସିଂହଭୂମ) ବି —

ପାଣିକଖାରୁ (ଦେଖ) — Pāṇikakhāru (See)