କଚ୍ଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ୍ଛ
ଉଚ୍ଚାରଣ: Kachchha

ସଂ. ବି.—(କ=ଜଳ+ଚ୍ଛୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) —

୧: ବୃକ୍ଷବିଶେଷ; ତୁନ୍ଦ ଗଛ; ଗୟାଓସ୍ତ ଗଛ — ୧. A tree.

୨: ସମୁଦ୍ର ବା ଜଳାଶୟ ତୀରସ୍ଥ ଭୂଭାଗ —୨. The country on the shore of the sea or lake.

ଜଳଧି ମଧ୍ଯେ କ୍ଷୋଭ ପାଇ, କଚ୍ଛେ ରହିଲେ ସ୍ଥିର ହୋଇ ଜଗନ୍ନାଥ ଦାଶ, ଭାଗବତ

୩: ସମୁଦ୍ର ଉପକୂଳସ୍ଥ ଭାରତର ପଶ୍ଚିମାଞ୍ଚଳସ୍ଥ ଦେଶବିଶେଷ (ଏହା ଗୁଜରାଟ ଓ ସିନ୍ଧୁ ପ୍ରଦେଶର ମଧ୍ୟବର୍ତ୍ତୀ ଦ୍ବୀପ ରାଜ୍ୟ ଏହାର ରାଜଧାନୀ ଭୁଜ ଏହି ଦେଶ ପ୍ରାଚୀନ କାଳରେ ଉଡ଼ୁମ୍ବର ନାମରେ ଖ୍ୟାତ ଥିଲା ଓ କଚ୍ଛେଶ୍ବର ବା କଟେଶ୍ବର ଏହାର ରାଜଧାନୀ ଥିଲା) — ୩. The country of Cutch in Western India.

୪: ଜଳମୟ ପଙ୍କିଳ ନିମ୍ନଭୂମି — ୪. Low marshy land.

୫: ନୌକାର ପଛଭାଗ; ଡଙ୍ଗାର ପଛମଙ୍ଗ — ୫. The back end of a boat.

୬: ପର୍ବତ ମୂଳସ୍ଥ ସମତଳ ପ୍ରଦେଶ — ୬. Level country or valley at the foot of a mountain.

୭: ସମ୍ପୁଟ; ଖୋଳ —୭. A round hollow case; a hollow shell-like covering.

ସଂ. ବିଣ —

ଜଳପ୍ରାନ୍ତସ୍ଥିତ —Situated on the shore of water.

ଦେ. ବି

୧: (ସଂ. କଚ୍ଛା)—ଗୁଜରାଟର ଉତ୍ତରରେ ଓ ସିନ୍ଧୁ ପ୍ରଦେଶରେ ଦକ୍ଷିଣରେ ଥିବା ଉପସାଗର —୧. The gulf of Cutch.

୨: (ସଂ. କଚ୍ଛପ) କଚ୍ଛପ; କଇଁଚ —୨. Tortoise.

୩: ବିଷ୍ଣୁଙ୍କ ଦ୍ବୀତୀୟ ଅବତାର —୩. The second incarnation of Bishṇu in which he upheld the universe on his back by assuming the shape of a tortoise.

୪: (ସଂ. କକ୍ଷ) ସମଭାଗ ବା ଅଂଶ —୪. Equal part.

୫: (ସଂ. କକ୍ଷ—) କଣ୍ଟ; ମାପ —୫. Measurement.

୬: ତୁଳିବା; ତୁଳ; ତୁଳନା —୬. Comparison.

ମାଣିକ୍ୟ ତୁଲେ କାଚକୁ ଆଣି କଲା କଚ୍ଛ, ରତ୍ନ ସୁବର୍ଣ୍ଣର ତୁଳେ ରଙ୍ଗ ଦେଉଅଛି ପୀତାମ୍ଭର, ନୃସିଂହପୁରାଣ

୭: ବଣ୍ଟନ ସମୟରେ ଜଣକ ଅଂଶରେ ପଡ଼ିଥିବା ସମ୍ପତ୍ତି; ବାଣ୍ଟ —୭. Share allotted to one share- holder at partition; allotment.

ଦେ. ବିଣ —

୧: ସରି; ତୁଲ୍ୟ ସମାନ —୧. Equal.

୨: ସମକକ୍ଷ; ସରିସା; ସଦୃଶ —୨. Equivalent; similar.

୩: ସମର୍ଥ —୩. Able.

୪: ତୁଳନୀୟ —୪. Fit to be compared; comparable.