କଞ୍ଚୁକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚୁକୀ
ଉଚ୍ଚାରଣ: kan̄chukī
(କଞ୍ଚୁକିନୀ—ସ୍ତ୍ରୀ)

ସଂ. ବି. ପୁଂ. (କଞ୍ଚୁକ+ଅଛି ଅର୍ଥରେ. ଇନ୍; ୧: ମା. ୧: ବ.) —

୧: ଅନ୍ତଃପୁରରକ୍ଷକ; ଖାସୁ କରା ହୋଇଥିବା ନପୁଂସକ ଭୃତ୍ୟ —୧. Overseer of female apartment; enunuch in charge of the zenana; chamberlain.

୨: ରାଜାଙ୍କ ଅନ୍ତଃପୁରରକ୍ଷକ ରୁଦ୍ଧ ବିପ୍ର — ୨. An old Brāhmaṇa in charge of a Rājā's harem.

ଅନ୍ତପୁରଚରୋ ବୃଦ୍ଧୋ ବିପ୍ରୋ ଗୁଣଗଣାନ୍ବିତଃ, ସର୍ବାକାର୍ୟ୍ୟର୍ଥକୁଶଳଃ କଞ୍ଚୁକୀତ୍ୟଭିଧୀୟତେ ବିଶ୍ବନାଥ, ସାହିତ୍ୟଦର୍ପଣ

୩: ଦ୍ବାରା; ଦ୍ବାରପାଳକ —୩. Door-keeper; Warder.

୪: କବତଧାରୀ ପୁରୁଷ —୪. Armoured person; man having a mail armour.

୫: ସର୍ପ —୫. Serpent.

୬: ବିଟ; ଲମ୍ପଟ ବ୍ୟକ୍ତି — ୬. A libertine; adulterer.

୭: ୟବ —୭. Barley.

୮: ଚଣା —୮. Checken pea.

୯: ବୁଟ —୯. Oats.

୧: ଖୋସା ବା ଖୋଳପାଯୁକ୍ତ ଶସ୍ୟ (ଯଥା—ଧାନ, ୟବ, ବୁଟ, ଗହମ, ବିରି ଆଦି) — ୧୦. Grains with sheaths.

୧୧: କ୍ଷୀରକାଙ୍କୋଲା (ଗଛ) (ଦେଖ) ୧୧. Kshirakāṅkolā(tree) (See).

୧୨: ଶିରୀଷ (ଗଛ) (ଦେଖ) ୧୨. Ṡirīsha (tree) (See).

୧୩: ଅଗରୁ ଚନ୍ଦନ —୧୩. Agalochia; aloes wood.

୧୪: ୟୋଦ୍ଧା (କଞ୍ଚୁକଧାରୀ ହୋଇଥିବାରୁ) — ୧୪. A warrior.

ସଂ. ବିଣ. ପୁଂ —

କଞ୍ଚୁକପରିହତ —Armoured.

ସଂ. ବି. ସ୍ତ୍ରୀ. (କଞ୍ଚୁକ+ସ୍ତ୍ରୀ. ଈ) —

ଅନ୍ତଃପୁରଚାରିଣୀ;ସ୍ତ୍ରୀ ଲୋକଙ୍କ ଚାକରାଣୀ — Maid servant; lady's maid.