କଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟକ
ଉଚ୍ଚାରଣ: Kaṭaka

(file)

ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) —

୧: ସାନୁ; ପର୍ବତର ମଧ୍ୟଦେଶ ବା ନିତମ୍ବ — ୧. A tableland midway on the mountain.

ବିରକ୍ତ ଚିତ୍ରକୂଟରେ ବିହରେ ଚିତ୍ରକୁଟରେ କଟକୁ ତେଜି କଟକରେ ଭଞ୍ଜ, ବୈଦେହୀଶବିଳାସ

୨: ବଳୟ; ହାତଖଡ଼ୁ —୨. Wristlet; bracelet.

୩: ଗୋଡ଼ଖଡ଼ୁ —୩. An ornament for the leg.

୪: ଚକ୍ର —୪. A whill; circle.

୫: ନଗର; ରାଜଧାନୀ —୫. Capital; royal camp.

ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି ବସାନିବାସେ ରଖି ଜନକ ଠାରି ଭଞ୍ଜ, ବୈଦେହୀଶବିଳାସ

୬: ସୈନ୍ୟ —୬. An army.

୭: ଛାଉଣୀ; ସେନାନିବାସ; ଶିବିର — ୭. A camp; barracks.

୮: ସୈନ୍ୟରକ୍ଷିତ ରାଜଧାନୀ —୮. Cantonment.

୯: ସୈନ୍ଧବ ଲବଣ; ସାମୁଦ୍ରିକ ଲବଣ —୯. Sea-salt.

୧: ଗଜଦନ୍ତମଣ୍ଡନ ବଳୟ —୧୦. A ring used as an ornament round the tusks of an elephant.

୧୧: ନିଷ୍ଠୀବନ;ଛେପ —୧୧. Spittle.

ଦେ. ବି.

ଓଡ଼ିଶାବିଭାଗ ମୋଗଲବନ୍ଧିର ଗୋଟିଏ ଜିଲା ଓ ସହର; ଓଡ଼ିଶାର ରାଜଧାନୀ —Cuttack the capital of Oṟḍ̠ṡā famous for its filigree works.

[ଦ୍ର—ଏହା ଓଡ଼ିଶାରେ ସ୍ବାଧୀନ ରାଜା କେଶରୀବଂଶ ଅମଳରୁ ଓଡ଼ିଶାର ରାଜଧାନୀ ହୋଇଅଛି ନୃପକେଶରୀ ୯୧୪: ଖ୍ରୀଷ୍ଟାବ୍ଦରେ ଏ ନଗର ବସାଇଥିଲେ କଟକ ନଗର ମହାନଦୀ ଓ କାଠୟୋଡ଼ିର ମଧ୍ୟ ତ୍ରିକୋଣସ୍ଥଳରେ ଅବସ୍ଥିତ ତେଣୁ ଏହାର ତିନିଆଡ଼ ପ୍ରାକୃତିକ ପରିଖାଦ୍ବାରା ବେଷ୍ଟିତ ବନ୍ୟା ଉତ୍ ପାତ୍ରୁ ଏହି ରାଜଧାନୀକୁ ରକ୍ଷା କରିବାପାଇଁ କେଶରୀବଂଶର ରାଜା ମରକତକେଶରୀ ମହାନଦୀ ଓ କାଠଯୋଡ଼ିକୁଳରେ ୟୋଉଁ ସୁଦୃଢ ପଥର ବନ୍ଧ ନିର୍ମାଣ କରିଥିଲେ ତାହା ଏ ପର୍ଯ୍ୟନ୍ତ ରହିଅଛି କଟକ ସୁନାରୂପାର ତାରକସି କାମ ନିମନ୍ତେ ଭାରତପ୍ରସିଦ୍ଧ ଏଠାରେ ମଧୁବାବୁଙ୍କଦ୍ବାରା ପ୍ରତିଷ୍ଠାପିତ ଉତ୍କଳ-ଟ୍ୟାନେରି (ଚମଡା-କାରଖାନା) ଦେଶ ବିଦେଶରେ ସର୍ବତ୍ର ସୁପରିଚିତ ମହିଷି ଶିଘଂ ଓ ହାତି-ଦାନ୍ତର ଉତ୍କୃଷ୍ଟ ଜିନିଷମାନ ଏଠାରେ ତିଆରିହୁଏ ଓଡ଼ିଶା ଡିଭିଜନର କମିଶନର୍ ଓ ଜଜ୍ ଏଠାରେ କଚେରି କରନ୍ତି ଏହା ଛଡ଼ା ଏଠାରେ ଫାଷ୍ଟ ଗ୍ରେଡ୍ କଲେଜ, ଟ୍ରେନିଂ କଲେଜ, ମେଡିକାଲ ସ୍କୁଲ, ଇଞ୍ଜିନିୟରିଂ ସ୍କୁଲ ପ୍ରଭୃତି ଅନେକଗୁଡିଏ ଶିକ୍ଷାବିଷୟକ ଅନୁଷ୍ଠାନ ଅଛି କଟକ ଜିଲାରେ ତିନି ଗୋଟି ସବଡିଭିଜନ୍ ଅଛି ଯଥା-କଟକ, କ୍ରେନ୍ଦ୍ରାପଡ଼ା ଓ ଯାଜପୁର କଟକ ସହରର ପ୍ରାଚୀନ ନାମ ବାରବାଟୀ କଟକ କଟକର ବାରବାଟୀ ଦୁର୍ଗ ଗଙ୍ଗବଂଶୀୟ ଅନଙ୍ଗଭୀମ ଦେବ ତୋଳାଇଥିଲେ ଏଥିରେ ନବତଳ ପ୍ରସାଦ ଥିଲା, ବର୍ତ୍ତମାନ ତାହାର ଭଗ୍ନାବଶେଷ ମାତ୍ର ବିଦ୍ୟମାନ

ସଂ. ବିଣ. (କଟ ଦ୍ବିତ୍ନ—ପ୍ରକାରାର୍ଥେ) —

୧: ଅତ୍ୟନ୍ତ; ଅଭିଶପ୍ତ —୧. Excessive.

୨: ସର୍ବୋତ୍କୃଷ୍ଟ —୨. Excellent.