Jump to content

କଟାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାଇବା
ଉଚ୍ଚାରଣ: Kaṭāibā
কটোন कटाना

ଦେ. କ୍ରି. (କାଟିବାର ଣିଜନ୍ତରୂପ);

୧: କର୍ତ୍ତିତ କରାଇବା — ୧. To cause to be cut.

୨: ଆପଣାର ଦେୟ ଟଙ୍କା ପଇସାକୁ ପ୍ରାପ୍ୟରେ ମଜୁରା ନେବା ଓ ଦେବା —୨. To set off or deduct from one's dues.

୩: ବାଟରୁ ଆଡ଼େଇ ଅପର ଦିଗକୁ ଆସୁଥିବା ଗାଡ଼ି ଆଦିକୁ ବାଟ ଛାଡ଼ିଦେବା —୩. To cause a cart or conveyance to move to one side; to make way.

(ଯଥା—ଶଗଡ଼ କଟାଇବା)

୪: (ସମୟକୁ) ଅଭିବାହିତ କରିବା ବା କାଟିବା—୪. To pass (time).

୫: ମୂଲିଆ ଆଦି ଦ୍ବାରା କିଆରିକୁ ଧାନ ଗଛ ଆଦି କର୍ତ୍ତିତ କରାଇବା —୫. To cause to be reaped or harvested.

୬: କମାଇବା —୬. To decrease.

କେଡ଼େ ତେଜୋବନ୍ତ ଛାୟାଦେବିକାନ୍ତ ତାଙ୍କ କର ଅଛି କଟାଇ ଦୀନକୃଷ୍ଣ,ରସକଲ୍ଲୋଳ —

୭: (କୋଷବୃଦ୍ଧି ଆଦି) ଡାକ୍ତର ଦ୍ବାରା ଅସ୍ତ୍ର କରାଇବା— ୭. To cause (tumour etc) to be operated on.

୮: (ରେଖା ଆଦି) ଅଙ୍କିତ କରାଇବା — ୮. To cause (lines etc) to be drawn.