Jump to content

କଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟିବା
ଉଚ୍ଚାରଣ: Kaṭibā
কটেবাওরা कटयाना

ଦେ. କ୍ରି (କାଟିବା କ୍ରିୟାର କର୍ମବାଚ୍ୟର ଆକାର) —

୧: (ମନୁଷ୍ୟ ଆଦି ଅନ୍ୟଦ୍ବାରା) ହଣାହେବା; ହତହେବା — ୧. To be killed.

(ଯଥା—ୟୁଦ୍ଧରେ ତିନିହଜାର ଲୋକ କଟିଲେ)

୨: କର୍ତ୍ତିତହେବା; କଟାହେବା —୨. To be cut.

ଶିରକମଳ ତାର କଟି, ପଡ଼ିଲା ମହୀ ତଳେ ଭେଟି—ଜଗନ୍ନାଥ, ଭାଗବତ

୩: ମଜୁରା କରାୟିବ —୩. To be set off.

(ଯଥା—ମୁଁ ଦରମା ପାଇଲାବେଳେ ସାଆନ୍ତାଣୀଙ୍କଠାରୁ ପୂର୍ବରୁ ଧାର ନେଇଥିବା ଟଙ୍କା କଟିବ)

୪: ଗଣନା ବା ହିସାବବେଳେ ଧନ ବା ସମୟ କମତି କରାୟିବା —୪. To be deducated.

(ଯଥା—ଏ ମାସରେ ତିନି ଦିନ ଗରହାଜିରି ଯୋଗୁଁ ତିନି ଟଙ୍କା ଦରମା କଟିଲା)

୫: (ସମୟ, କାଳ, ଦିନ) ଅତିବାହିତ ବା ୟାପିତ ହେବା — ୫. (time) To be passed.

ଦିନୟାକ କଟିଗଲା ଗୋଳିଆ ପୋଳିଆ—ଭିକାରୀ, ଗୀତଲହରୀ

୬: (କୌଣସି ବିପଦ୍) ଆପଣା ଉପରୁ ଅପସୃତ ହେବା — ୬. To be passed over.

କଟିଗଲା କେଡ଼େ ରିଷ୍ଟ ପୂର୍ବ ସୁକୃତିରୁ—ଚିନ୍ତାମଣି, ବିକ୍ରମାଦିତ୍ୟ

୭: କମି ହେବା —୭. To be lessened.

(ଯଥା—ସିଧା ସଡ଼କରେ କଟକରୁ ଗାଁକୁ ଗଲେ ନଈକୂଳ ବାଟ ଅପେକ୍ଷା ଦୁଇ ମାଇଲ ବାଟ କଟିବ)