କଠୋର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଠୋର
ଉଚ୍ଚାରଣ: Kaṭhora

କଠୋରତା, କଠୋରତ୍ନବି

ସଂ. ବିଣ. (କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର) —

୧: କଠିନ; ଟାଣୁଆ; ଦୃଢ଼ — ୧. Hard; stiff.

୨: ଅଲଘ୍ୟ; ଅଲଘଂନୀୟ — ୨. Strict; which must not be infringed.

୩: ବିଷମ —୩. Severe.

୪: କଷ୍ଟସାଧ୍ୟ; ଦୁରୂହ; ଶକ୍ତ; କଷ୍ଟକର —୪. Difficult.

୫: ନିଷ୍ଠୁର; ନିର୍ଦ୍ଦୟ —୫. Cruel.

୬: ଜରଠ; ବୃଦ୍ଧ —୬. Old; decrepit.

୭: ପୂର୍ଣ୍ଣ —୭. Full; perfect.

ଦେ. (ପ୍ରାଚୀନ ପଦ୍ୟ) ବି. —

କଷ୍ଟ; ବିଷମ ଅବସ୍ଥା — Hard condition; trouble; the state of being cadaverous.

ଅଶ୍ବତ୍ବମା ଶିରେ ଯେବେ ମୁକୁଟ ବାନ୍ଧନ୍ତା ବଡ ଦୁରାପଦ ଘୋର କଠୋର ପଡ଼ନ୍ତା—ସାରଳାମହାଭାରତ, ଭୀଷ୍ମ