କଣ୍ଟକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟକୀ
ଉଚ୍ଚାରଣ: Kaṇṭakī

ସଂ. ବି. (କଣ୍ଟକ+ଅଛି ଅର୍ଥରେ. ଇନ୍; ୧: ମା.୧: ବ) —

୧: କଣ୍ଟିଆ ମାଛ —୧. A kind of small fish.

୨: କଣ୍ଟାବାଇଗଣ; ଯେଉଁ ବାଇଗଣର ଭୁଣ୍ଡିରେ ଓ ଗଛରେ କଣ୍ଟା ଥାଏ —୨. Thorny egg-plant.

୩: ବିକଙ୍କିତ; ଭଇଁଚି ଗୁଳ୍ମ — ୩. Flacourtia Romontchi (a thorny plant).

୪: ବରକୋଳି ଗଛ ଓ କୋଳି — ୪. The Jujube (tree and berry).

୫: ଖଦିର (ଗଛ) —୫. Acacia Catechu (tree)

(କଣ୍ଟକିନୀ—ସ୍ତ୍ରୀ)

ସଂ. ବିଣ. ପୁଂ —

କଣ୍ଟକଯୁକ୍ତ — Thorny.