କଣ୍ଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟା
ଉଚ୍ଚାରଣ: Kaṇṭā
কাঁটা काँटा; काँटो

ଦେ. ବି. (ସଂ. କଣ୍ଟକ) —

୧: ବୃକ୍ଷର ସୂଚ୍ୟଗ୍ର କଣ୍ଟକ — ୧. Thorn.

୨: ତୀକ୍ଷ୍ଣାଗ୍ର ଲୌହକୀଳ —୨. Iron-nail.

୩: ମାଛର ଅସ୍ଥି —୩. Fish-bone.

୪: ଅସ୍ଥି କଙ୍କାଳ —୪. Skeleton.

(ଯଥା—ଚିନ୍ତା କରି କରି ତାର କଣ୍ଟା ରହିଲାଣି)

୫: ବହୁ ପରିମାଣବିଶିଷ୍ଟ ଶସ୍ୟାଦି ଓଜନ କରିବା ପାଇଁ ବ୍ୟବହୃତ ବଡ ତୁଳାଦଣ୍ଡ —୫. Big scales for weighing large quantities of grain etc.

୬: ଶତ୍ରୁ —୬. Enemy; foe.

(ଯଥା—ମତେ ପରା ସେ କଣ୍ଟା ହୋଇଛି)

୭: ବିଘ୍ନ; ବ୍ୟାଘାତ —୭. Impediment; obstacle.

୮: ଘଡ଼ିର କଣ୍ଟା ବା ସମୟଜ୍ଞାପକ ସୂଚି — ୮. Hands of a clock or watch.

୯: ସ୍ତ୍ରୀ ଲୋକଙ୍କ ବାଳ ବାନ୍ଧିବାର କଣ୍ଟା —୯. Hair-pin.

୧: କୂଅରେ ପଡିଯାଇଥିବା ଜଳପାତ୍ରାଦିକୁ ପାଣି ମଧ୍ୟରୁ କାଢ଼ିବା ନିମନ୍ତେ ବ୍ୟବହୃତ ବକ୍ରାଗ୍ର କୂଅକଣ୍ଟା; ବିରାଡ଼ି — ୧୦. A forked contrivance for bringing up jugs etc which fall down into a well.

୧୧: ବନିଶିକଣ୍ଟା; ବନିଶିର ଡୋର ଅଗରେ ଲାଗିଥିବା ବକ୍ରାଗ୍ର ଲୌହ —୧୧. Angling hook.

ଚୁମ୍ବନ ସ୍ବାଦ ମୁଖେ ଦେଲୁ, କଟାକ୍ଷ କଣ୍ଟା ଲଗାଇଲୁ ଭୁପତି. ପ୍ରେମପଞ୍ଚମୃତ

୧୨: ସାହେବମାନେ ଖାନା ଖାଇବା ବେଳେ ବ୍ୟବହାର କରିବା ଚାରିଟି ମୁନିଆଁ ଶାଖାଯୁକ୍ତ ଧାତୁଦଣ୍ଡ — ୧୨. Fork.

୧୩: ପୋଷା ଶାରୀ ଓ ବଣିଙ୍କ ଗଳାରେ ବାହାରିବା ମାଂସକୀଳ ରୋଗ —୧୩. A pointed fleshy growth on the throat of domesticated Myna birds.

୧୪: ଓଳିଆକୁ ଆଡ଼ବାଗରେ ବେଷ୍ଟନ କରିବା ପାଳଦଉଡ଼ି — ୧୪. The straw-rope entwined eound an Oḻiā or straw bundle for storing grain.

୧୫: କଣ୍ଟିବା କର୍ମ; ମାପ — ୧୫. Act of measuring; measure.

ପ୍ରାଦେ. (ସମ୍ବଲପୁର) ବି —

ତଡ଼ାଗ; ପୋଖରୀ —Tank;