କଣ୍ଟାବାଉଁଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାବାଉଁଶ
ଉଚ୍ଚାରଣ: Kaṇṭābāuñṡa
বেউভবাঁশ; কাঁটাবাঁশ कँटबाँस

ଦେ. ବି.—(ସଂ. କଣ୍ଟକ+ବଂଶ) —

କଣ୍ଟକଯୁକ୍ତ ଏକ ପ୍ରକାର ବାଉଁଶ — Thorny bamboo; Bambusa Arundinacea.

[ଦ୍ର—ପୂର୍ବକାଳରେ ରାଜାମାନେ ଗଡ଼ର ଚାରିପାଖରେ କଣ୍ଟା— ବାଉଁଶର ବଣ କରୁଥିଲେ; କଣ୍ଟା ଯୋଗୁଁ ଏ ବାଉଁଶର ବୁଦା ଦୁର୍ଭେଦ୍ୟ; ଏ ବାଉଁଶ ମଧ୍ୟ ବଙ୍କାଢଙ୍କା; ୪୫: ବର୍ଷରେ ଏ ଗଛ ଫୁଲ ଧରେ ଓ ଏ ଫୁଲରୁ ଧାନ ପରି ଶସ୍ୟ ବାହାରେ ଏ ଧାନ ଭିତରେ ଚାଉଳ ପରି ଶସ ଥାଏ ଗରିବମାନେ ଦୁର୍ଭିକ୍ଷ— ସମୟରେ ଏ ଚାଉଳକୁ ଭାତ, ପିଠା ଓ ୟାଉ କରି ଖାଆନ୍ତି କିନ୍ତୁ ଏଥିରେ ଗୁଡ଼ ମିଶାଇଲେ ଏହା ବିଷ ହୁଏ ଗୁଡ଼ମିଶା ବାଉଁଶ— ଚାଉଳରେ ପିଠା ଓ ୟାଉ ଖାଇ ଲୋକେ ମରିବାର ଦେଖାଅଛି କଣ୍ଟାବାଉଁଶ ଭିତରୁ ଶ୍ବେତବର୍ଣ୍ଣ ଚୂର୍ଣ୍ଣବତ୍ ବଂଶଲୋଚନ ବାହାରେ; କଣ୍ଟାବାଉଁଶ ଅନ୍ୟ ଜାତୀୟ ବାଉଁଶମାନଙ୍କ ପରି ପୋଲା ନୁହେ ଏହାର ଖୋଳପା ଖୁବ୍ ମୋଟା ଓ ନିଦା]