କତୁରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତୁରୀ
ଉଚ୍ଚାରଣ: Katurī

ଦେ. ବି. (ସଂ. କର୍ତ୍ତରୀ; ତୁଳ—ପ୍ରା. କଟ୍ଟରୀ) —

୧: କର୍ତ୍ତନସାଧାନ ଯନ୍ତ୍ରବିଶେଷ, କଇଁଚ — ୧. Scissors.

ସେ ବଡ଼ ଚତୁରୀ , ଭଲା ତା ଚାତୁରୀ ସହଜେ ଦମ୍ଭକୁ ଭ଼ଞ୍ଜ ପ୍ରେମସୁଧାନିଧି

୨: ଏକ ପ୍ରକାର ବାଣ —୨. A kind of arrows.

କତୁରୀ ନାରାଚ ଯେ ପେଷିଗ ଅଭିମନ୍ୟୁ ଏକାଶରକେ ଛେଦିଲା ସମସ୍ତଙ୍କ ଧନୁ—ସାରଳା. ମହାଭାରତ

୩: (ବଣିଆ ଶଦ୍ଦ) ସଧବାର ହାତରେ ପିନ୍ଧାଯିବା ଲୁହା, କଂସା, ସୁନା, ରୂପା ଏବଂ ମିଶ୍ରଧାତୁରେ ତିଆରି ହେବା ଏକ ପ୍ରକାର ଅଳଙ୍କାର —୩. A kind of bracelet made of mined metal.

୪: (ବଣିଆଶବ୍ଦ) ପତ୍ରୀକୃତ ସୁର୍ଣ୍ଣାଦିର କର୍ତ୍ତନ ନିମନ୍ତେ ଏକ ଜାତୀୟ କଇଁଚ —୪. Scissore for cutting golds and silver leaf.