କଦର୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦର୍ଥ
ଉଚ୍ଚାରଣ: Kadartha

ସଂ. ବି. (କର୍ମଧା. କୁ+ଅର୍ଥ; କୁ ସ୍ଥାନରେ କତ୍ ଆଦେଶ) —

୧: କୌଣସି ଶବ୍ଦର କୁତ୍ସିତ ଅର୍ଥ — ୧. Misinterpretation; bad sense or meaning given to an expresion.

୨: କୁତ୍ସିତ ବା ନିନ୍ଦ୍ୟ ପ୍ରୟୋଜନ ବା ଉଦ୍ଦେଶ୍ୟ — ୨. Evil intention,

ସଂ. ବିଣ (ବହୁବ୍ରୀହ) —

୧: ବ୍ୟର୍ଥ —୧. Ineffectual.

୨: ନିରର୍ଥକ — ୨. Without any sense or meaning.

୩: ମନ୍ଦାର୍ଥକ — ୩. Having a bad meaning or sense.

୪: କୁତ୍ସିତଅର୍ଥକାରି — ୪. Attaching a bad meaning or sense to an expression; misinterpreting.

ଗ୍ରା. କ୍ରି. ବିଣ (ସଂ. କଦାପି) —

କଦାପି —on any account; for any consideration.

(ଯଥା— ମୁଁ ସେଠାରେ କଦର୍ଥ ୟିବି ନାହିଁ)