Jump to content

କପିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିତ
ଉଚ୍ଚାରଣ: Kapittha
ସଂ. କପିତ୍ଥ, କବିତ୍ବ,

ଦଧିତ୍ଥ, ପୁଷ୍ପଫଳ,

କପିପ୍ରିୟ, ଦଧିଫଳ

ଓ. କଇଥ কএঘা; কএবেল

কবেল कयथा; कैथ ମ. କବିଠ

ତେ. ଏଲାଙ୍ଗକାୟା,

ବେଲଗଚେଟ୍ଟୁ

ଆ. କାଥ୍ବେଲ

ଗୁ. କୋଣ୍ଟ, କାଠ୍,

କୋଠବଡ଼ି

ସଂ. ବି. (କପି+ସ୍ଥା ଧାତୁ+କର୍ତ୍ତୃ. ଅ; ଏ ଗଛରେ ମାକଡ଼ମାନେ ରହିବାରୁ) —

କଇଥ ଗଛ ଓ ଫଳ — The wood-apple; the elephant- apple; Ferona Elephantinum.

[ ଦ୍ର—ନାରଙ୍ଗାଦିବର୍ଗର ବଡ଼ ଅରଣ୍ୟତରୁ ଏ ଗଛର ଶାଖାରେ କଣ୍ଟା ଥାଏ, ପତ୍ର ଗୋଲ ଓ ଛୋଟ ଫଳ ପାଚିଲେ ଖଟାମିଠା ଲାଗେ ଏହାର ମଞ୍ଜି ଛୋଟ ପାଚିଲା ଫଳର ଶସକୁ ଲୋକେ ଚଟଣି କରି ଖାଆନ୍ତି କଞ୍ଚା ଫଳକୁ ପୋଡ଼ି କରି ମଧ୍ୟ ଚଟଣି କରାଯାଏ ଫଳ ବେଲ ପରି ଗୋଲ ଓ ଦୃଢ ଆଭରଣ— ବିଶିଷ୍ଟ ଏହା ଧାରକ, କଷାୟ ଓ ଲଘୁ ଏ ଗଛର ଅଠାରେ ପଇତା ଓ ସୂତା ମାଜି ସଫା କରାଯାଏ ପାଚିଲା ଫଳ ପିପାସା, ହିକ୍କା, ବାୟୁ ଓ ପିତ୍ତନାଶକ, କଣ୍ଠଶୋଧକ, ଧାରକ ଏବଂ ଦୁଷ୍ପାଚ୍ୟ ପ୍ରବାନ୍ଦ ଅଛି ଯେ ହାତୀ କଇଥଫଳକୁ ଗିଳି ଦେଲେ ତା ପେଟରେ ତହିଁର ଶସ ଓ ମଞ୍ଜିୟାକ, ମିଳାଇ ଯାଏ ଓ ବିଷ୍ଠା ବାଟେ ଫମ୍ପା ଫଳଟି ବାହାରେ (ସଂ. ଗଜଭୂକ୍ତ କପିତ୍ଥବତ୍), କିନ୍ତୁ ଏ ପ୍ରବାଦ ଠିକ୍ ନୁହେ]