କପୂର
କପୂର —
ଉଚ୍ଚାରଣ: Kapūra
ସଂ. ପର୍ୟ୍ୟାୟ:—କର୍ପୂର, ସିତାଭ୍ର
ହିମବାଲୁକ, ଘନସାର; ଚନ୍ଦ୍ର
ଓ ହିମବାଚକ ସମସ୍ତ ଶବ୍ଦ কপুর্র; কপ্পূর ଆ. କାଫୁର, କର୍ଫୁର कपुर ମ. କାପୁର
ଗୁ. କପୁର
ତୈ. କର୍ପୂରମ୍
ଫା. କାପୁର୍
ଦେ. ବି. (ସଂ. କର୍ପୂର) —
କର୍ପୂର; ଭାସ୍କର — Camphor; Cinnamomum Camphora.
[ ଦ୍ର—ଜାପାନ, ଚୀନ ଓ ଫର୍ମୋଜା ଦ୍ବୀପସ୍ଥ ଚିରଶ୍ୟାମଳ ବୃକ୍ଷବିଶେଷର ଶୁକ୍ଳବର୍ଣ୍ଣ ଶୁଷ୍କରସ ଏ ଗଛର କାଠକୁ ନିଆଁରେ ସିଝାଇ କପୂର ବାହାର କରାଯାଏ ଏହା ସାଧାରଣ କପୂର ଅଟେ ଭାରତର ଉତ୍ତର. ଦକ୍ଷିଣ, ବ୍ରହ୍ମ ଓ ଶ୍ୟାମ ଦେଶରେ ଏ ବୃକ୍ଷର କୃଷି କରା ୟାଉଅଛି
ଆଉ ଏକଜାତୀୟ (Dyrobalanus Aromatica) ବୋର୍ଣ୍ଣିଓ ଓ ସୁମାତ୍ରାଦ୍ବୀପର ବୃକ୍ଷର କାଣ୍ଡରେ ସଞ୍ଚିତ ରସରୁ ମଧ୍ୟ କର୍ପୂର ଜନ୍ନେ ଏହା ଭୀମସେନୀ କପୂର ବାଷ୍ପୀୃତ ଓ ଶୋଧିତ କପୂରକୁ ଶ୍ରୀକର୍ପୂର ବୋଲାଯାଏ କପୂରର ଗନ୍ଧ ମଧୁର ଓ ଏହା ଔଷଧରେ ଲାଗେ ଏହା ପକ୍ବ ଓ ଅପକ୍ବ ଭେଦରେ ଦୁଇ ପ୍ରକାର ପକ୍ବ କର୍ପୂର ଅପେକ୍ଷା ଅପକ୍ବ କର୍ପୂର ଗୁଣକର କର୍ପୂର ଶୀତବୀର୍ୟ୍ୟ ଶୁକ୍ରବର୍ଦ୍ଧକ, ଚକ୍ଷୁର ହିତକାର, ଲଘୁ, ସୁଗନ୍ଧି, ମଧୁରତିକ୍ତ, ନିଦ୍ରାଜନକ, ଘର୍ମବର୍ଦ୍ଧକ ଓ କାମଶାନ୍ତିକର ଏହା କଫ, ପିତ୍ତ, ବିଷବୁଷ୍ଟି, ଦାହ, ପିପାସ, ମୃଖର ବିରସତା, ମେଦୋଦୋଷ, ଦୌର୍ଗନ୍ଧ୍ୟ, ଦାହ, ପିପାସା, ମୃଖର ବିରସତା ମେଦୋଦୋଷ, ଦୌର୍ଗନ୍ଧ୍ୟ, ଆକ୍ଷେପ, ବେଦନା ଓ ଶୁକ୍ରମେହନାଶକ ନୂତନ କର୍ପୂର ସ୍ନିଗ୍ଧ, ତିକ୍ତରସ, ଉଷ୍ଣବୀର୍ୟ୍ୟ ଓ ଦାହଜନକ ପୁରାତନ କର୍ପୂର ଦାହ ଓ ଶୋଷବିନାଶକ —
(ଯଥା—କପୂର ଗଲାଣି କନା (ଖଣ୍ଡକ) ଅଛି—ପ୍ରବଚନ ଏ ପ୍ରବଚନର ଅର୍ଥ—ଯେଉଁ ବଂଶରେ ପୂର୍ବ—ବିଭବ ଲୋପ ପାଇଅଛି, କିନ୍ତୁ ପୂର୍ବଗୌରବ ଅକ୍ଷୁଣ୍ଣ ରହିଅଛି)