କବରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବରା
ଉଚ୍ଚାରଣ: Kabarā

ଦେ. ବି. —

ଚିଲିକା ବା ଓଡ଼ିଶାର ନଦୀମୁହାଣରେ ମିଳିବା ଏକ— ପ୍ରକାର ମାଛ — A species of sea-fish.

ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍ବୂର; ପ୍ରା. କବର; ତୁଳ. ହି. କବରା) —

ଛପଛପିକିଆ; କର୍ବୂର; ବହୁବର୍ଣ୍ଣବିଶିଷ୍ଟ; ଧଳା ରଙ୍ଗ ଉପରେ କଳା, ନାଲି, ହଳଦିଆ ଆଦି ଦାଗ ପଡ଼ିଥିବା; ହରରଙ୍ଗୀ — Of variegate colour.

ସଂ. ବି. (କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) —

କର୍ବରୀ; ଦୁଲଭା ଗୁଳ୍ମ (ଦେଖ) Dulabhā plant (See)