Jump to content

କମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମା
ଉଚ୍ଚାରଣ: Kamā
কমা घटा কমাই कमाई কমাবাম্হুন कमा वामहन

ଦେ. ବି. —

୧: (ଆ. କମ୍) କମିବା — ୧. A bating; decreasing; lessening.

୨: (ସଂ. କର୍ମ) ରୋଜଗାର; ଅର୍ଜନ — ୨. Earning; income.

୩: (ତେଲଗୁ) ଆନ୍ଧ୍ର ବା ଦ୍ରାବିଡ଼ ବ୍ରାହ୍ମଣ — ୩. Dravidian or Telugu Brahman.

[ଦ୍ର— କମାମାନଙ୍କର ସାମାଜିକ ନିୟମମାନ (ବିଶେଷତଃ ସ୍ତ୍ରୀମାନଙ୍କ ସମ୍ବନ୍ଧେ) ଭାରି କଡ଼ା; ଯଥା—ଦେଢ଼ଶୁର ଯେଉଁ ପୋଖରୀରେ ସ୍ନାନ କରିବ ସେ ପୋଖରୀରେ ଭାଇବୋଉ ସ୍ନାନ କରିବ ନାହିଁ; ସ୍ତ୍ରୀମାନେ ରଜସ୍ବଳା ହେବା ସମୟରେ କେହି ତାଙ୍କ ମୁଖ ଦର୍ଶନ କରିବେ ନାହିଁ ଓ ସେହି ସମୟରେ ସେମାନେ ଘର ମଧ୍ୟରୁ ବାହାରି ଯାଇ ନିର୍ଜନ ସ୍ଥାନରେ ରହିବେ ଏବଂ ଶୁଦ୍ଧସ୍ନାନ କରିବା ପରେ ଘର ମଧ୍ୟକୁ ଆସିବେ ଅପରନ୍ତୁ ଉତ୍କଳୀୟ ହିନ୍ଦୁସମାଜର ସ୍ତ୍ରୀମାନଙ୍କର ଅବରୋଧପ୍ରଥା କମାମାନଙ୍କ ମଧ୍ୟରେ ନାହିଁ କମା ବ୍ରାହ୍ମଣମାନେ ଉତ୍କଳୀୟ ବ୍ରାହ୍ମଣ ସମାଜଦୃଷ୍ଟିରେ ଅତ୍ୟଧିକ ବାହ୍ୟନିଷ୍ଟାପ୍ରିୟ କମା ବ୍ରାହ୍ମଣଙ୍କର ଏହି ଅତିରିକ୍ତ ନିଷ୍ଠାପରତାକୁ ବ୍ୟଙ୍ଗ୍ୟ କରି ଆମଦେଶରେ ନାନାପ୍ରକାର ଢଗ ଚଳେ; କମାବ୍ରାହ୍ମୁଣୀ ତଳେ ଦେଖ)]

ବୈଦେ. ବି (ଇଂ. କମ୍ମା) —

ସାହିତ୍ୟ ରଚନା (ପଦ୍ୟ ଓ ଗଦ୍ୟ)ରେ ସ୍ବଳ୍ପ ବିଶ୍ରାମସ୍ଥଳର ଚିହ୍ନ (,)— A Comma (,)