କମାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଇବା
ଉଚ୍ଚାରଣ: Kamāibā
কমান कम् कराना কমান कमबान

ଦେ. କ୍ରି. (ଆ. କମ୍.) —

୧: ଅଳ୍ପ କରିବା; ଉଣା କରିବା; ହ୍ରାସ କରିବା; କମ୍ କରିବା — To lessen; to diminish; to reduce; to decrease; to retrench.

୨: (ସଂ. କର୍ମ)—ଅର୍ଜନ କରିବା —୨. To earn.

ମୁଁ କେବଳ ମୋ ନାମ ଲେଖି ଜାଣେ, ଏତେ ଦୈଲତ କମାଇଲି ଫକୀରମୋହ. ଛମାଣଆଠଗୁଣ୍ଠ

୩: ପାଇଖାନା ସଫା କରିବା — ୩. To cleanse a latrine.

ପ୍ରାଦେ. (ସିଂହଭୂମ) କ୍ରି —

ନଖ ଓ କେଶାଦି ଛେଦନ କରିବା — To shave the hair and clip the nails.

ପ୍ରାଦେ. (ସମ୍ବଲପୁର) କ୍ରି —

ପରିଶ୍ରମପୂର୍ବକ ଜମିକୁ ଚାଷ ବା ଆବାଦ କରିବା —To cultivate a land with much pain.