କମାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମାଣ
ଉଚ୍ଚାରଣ: Kamāṅa

ବୈଦେ. ବି. (ଫା. କମାନ୍; ତୁଳ. ସଂ. କାର୍ମୁକ) —

୧: ଧନୁ — ୧. Bow.

ବାମ କରେ କମାଣ ଧରିଣ କୋପେ ଉଠି ସାରଳା. ମହାଭାରତ

୨: ତୋପ —୨. Cannon.

ଦେ. ବି. (ସଂ. କର୍ମ) —

ଫୁଲଗଛ ପ୍ରଭୃତିରୁ ଅଳିଆ ସଫା କରି ଗଛମାନଙ୍କୁ ସତେଜ କରିବା —Trimming plants and making them look spry.

ପ୍ରାଦେ. (ସମ୍ବଲପୁର) ବି —

ଖିଲାଣ —Arch.